ନୂଆଦିଲ୍ଲୀ,୨୪।୦୮: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଗାଡି କାଗଜପତ୍ର ଅବଧିକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୩୧ ଯାଏ ଗାଡି କାଗଜପତ୍ରର ଅବଧିକୁ ବୃଦ୍ଧି କରାଯାଇଛି । ଏଣିକି ଯଦି କାଗଜପତ୍ରର ଅବଧିି ଶେଷ ହୋଇଯିବ, ତେବେ ଆପଣଙ୍କୁ କୌଣସି ଫାଇନ ଦେବାକୁ ପଡ଼ିବ ନାହିଁ । ଏ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛନ୍ତି । ଏଥିସହ ସମସ୍ତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ୪ର୍ଥ ଥର ପାଇଁ କେନ୍ଦ୍ର ସରକାର ଗାଡ଼ି କାଗଜପତ୍ରର ଅବଧି ବୃଦ୍ଧି କରିଛନ୍ତି । ଡିସେମ୍ବର ୩୧ ଯାଏ ଫିଟନେସ, ପରମିଟ, ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ଗାଡି କାଗତ ପତ୍ରର ଅନ୍ୟାନ୍ୟ ଦଲିଲ୍ ବୈଧ ବୋଲି ଧରାଯିବ । ଏହା ପୂର୍ବରୁ ସେପ୍ଟେମ୍ବର ୩୦ ଯାଏ କାଗଜପତ୍ରର ଅବଧିକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର ।
Home ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ସରକାର ଦେଲେ ବଡ ଆଶ୍ଵସ୍ତି: ବଢ଼ିଲା ଗାଡ଼ି କାଗଜପତ୍ର ଅବଧି, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ?