ବେଙ୍ଗାଲୁରୁ,୧୨।୦୮ : କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କ ପୁତୁରା ଫେସ୍ବୁକ୍ରେ ଆପତ୍ତିଜନକ ପୋଷ୍ଟ୍ କରିଥିବା ଘଟଣାକୁ ନେଇ ବେଙ୍ଗାଲୁରୁରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଦୁଇଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି। ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଜଣେ ଆଡିସନାଲ ପୋଲିସ କମିଶନରଙ୍କ ସମେତ ୬୦ଜଣ କର୍ମଚାରୀ ଆହତ ହୋଇଛନ୍ତି ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଡିଜେ ହାଲି ଓ କେଜି ହାଲି ପୋଲିସ ଷ୍ଟେସନ ଆଖପାଖରେ କର୍ଫ୍ୟୁ ଲାଗୁ ହୋଇଛି। ବିଧାୟକଙ୍କ ପୁତୁରାଙ୍କ ସମେତ ୩୦ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।
ଖବର ଅନୁଯାୟୀ କର୍ଣ୍ଣାଟକର କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତୀଙ୍କ ପୁତୁରା ଫେସ୍ବୁକ୍ରେ କରିଥିବା ଏକ ପୋଷ୍ଟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ ଗୋଷ୍ଠୀ ଏହି ପୋଷ୍ଟକୁ ବିରୋଧ କରି ଥାନାରେ ଏତଲା ଦେଇଥିଲେ। ଏହାପରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଧାୟକଙ୍କ ଘର ଉପରକୁ ଟେକା ପଥର ମାଡ଼ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଡିଜେ ହାଲି ଓ କେଜି ହାଲି ପୋଲିସ ଷ୍ଟେସନ ଉପରକୁ ଟେକାପଥର ମାଡ କରିଥିଲେ। ଆକ୍ରମଣରେ ଜଣେ ଆଡିସନାଲ ପୋଲିସ କମିଶନରଙ୍କ ସମେତ ୬୦ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଗୁଳି ଚଳାଇବାରୁ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
Home ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ବିଧାୟକଙ୍କ ପୁତୁରା ଫେସ୍ବୁକ୍ରେ କରିଥିବା ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହିଂସା: ୨ ମୃତ