ମହତ ଉଦ୍ଦେଶ୍ୟରେ ଅଯୋଧ୍ୟାରେ ମସଜିଦ୍ ପାଇଁ ଦିଆଯାଇଥିବା ୫ ଏକର ଜମିରେ ନିର୍ମାଣ ହେବ ଡ଼ାକ୍ତରଖାନା, ଲାଇବ୍ରେରୀ, କମ୍ୟୁନିଟି ରନ୍ଧନଶାଳା ଓ ଗବେଷଣା କେନ୍ଦ୍ର

ଅଯୋଧ୍ୟାର,୯।୮: ଅଯୋଧ୍ୟାର ଧନ୍ନୀପୁର ଗାଁରେ ମସଜିଦ୍ ନିମନ୍ତେ ଦିଆଯାଇଥିବା ୫ ଏକର ଜମିରେ ନିର୍ମାଣ ହେବ ଡ଼ାକ୍ତରଖାନା, ଲାଇବ୍ରେରୀ, କମ୍ୟୁନିଟି ରନ୍ଧନଶାଳା ଓ ଗବେଷଣା କେନ୍ଦ୍ର ଏ ନେଇ ସୂଚନା ଦେଇଛି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ଼ । ଏଥିପାଇଁ ହେବାକୁଥିବା ଶିଳାନ୍ୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରାଯିବ । ମସଜିଦ୍ ନିର୍ମାଣ ନିମନ୍ତେ ଗଠିତ ଇଣ୍ଡୋ ଇସଲାମିକ କଲଚରାଲ ଫାଉଣ୍ଡେସନର ସମ୍ପାଦକ ଅତହର ହୁସେନ କହିଛନ୍ତି ମୁଖ୍ୟମନ୍ତ୍ରୀ କେବଳ ଏହି ଶିଳାନ୍ୟାସରେ ଯୋଗ ଦେବେ ନାହିଁ ନିର୍ମାଣ ନିମନ୍ତେ ସହାୟତା କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ହୁସେନଙ୍କୁ କରାଯାଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ବାବ୍ରୀ ନାମରେ ହେବା ନେଇ କୌଣସି ପ୍ରସ୍ତାବ ମଧ୍ୟ ନାହିଁ । ହୁସେନ ଏ କଥା ମଧ୍ୟ କହିଛନ୍ତି ଯେ ଫାଉଣ୍ଡେସନ କାର୍ଯ୍ୟାଳୟ ଲକ୍ଷ୍ନୌରେ ୧୦-୧୨ ଦିନ ମଧ୍ୟରେ କାମ ଆରମ୍ଭ ହେବ । ଅଯୋଧ୍ୟାର ଜିଲା ଅଧିକାରୀ ମସଜିଦ୍ ନିମନ୍ତେ ୫ଏକର ଜମି ପ୍ରଦାନ କରିଛନ୍ତି । ତାହାର କାଗଜପତ୍ର ମଧ୍ୟ ମିଳି ସାରିଛି ।