ମୁମ୍ବାଇ, ୦୨/୦୮: ମେଡିକାଲରୁ ଡିସ୍ଚାର୍ଜ ହେଲ ବଲିଉଡ ମହାନାୟକ ଅମିତାଭ ବଚ୍ଚନ । କରୋନା କୁ ହରାଇ ଜିତିଗଲେ ବିଗ୍ ବି । ସଂକ୍ରମିତ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି , ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅମିତାଭ ବଚ୍ଚନଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଅମିତାଭ ବଚ୍ଚନଙ୍କ ଡିସଚାର୍ଜ ନେଇ ପୁଅ ଅଭିଷେକ ବଚ୍ଚନ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।