ମୋଦୀଙ୍କ ‘ମନ୍ କି ବାତ୍’ କହିଲେ –କରୋନା ବିପଦ ଟଳିନି, ସତର୍କ ଅତି ଜରୁରୀ ।

ନୂଆଦିଲ୍ଲୀ,୨୬/୭: କାରଗିଲ ବିଜୟ ଦିବସରେ ଦେଶର ବୀର ଯବାନମାନଙ୍କର ସାହସିକତାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଭାରତ ଯେତେବେଳେ ପାକିସ୍ତାନ ସହ ବନ୍ଧୁତା ଚାହୁଁଥିଲା, ସେବେ ପାକିସ୍ତାନ ବଡ ବଡ ଯୋଜନା କରି କାରଗିଲ ଯୁଦ୍ଧ କରିବାର ଦୁଃସାହସ କରିଥିଲା । କିନ୍ତୁ ଏହି ଯୁଦ୍ଧରେ ଭାରତ ନିଜର ବୀରତ୍ୱ ଦେଖାଇ ପାକିସ୍ତାନକୁ ହରାଇଥିଲା । ଏହା ସହ କରୋନା ସମ୍ପର୍କରେ ମୋଦୀ କହିଛନ୍ତି ଯେ, କରୋନାରେ ମୃତ୍ୟୁହାର ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ଦେଶରେ ସୁସ୍ଥ ହାର ଅନ୍ୟ ଦେଶଠାରୁ ଭଲ ରହିଛି । କରୋନା ବିପଦ ବର୍ତ୍ତମାନ ସୁଧା ଟଳି ନାହିଁ , ଫଳରେ ଆମକୁ ଅଧିକ ସତର୍କ ରହିବାକୁ ପଡିବ ।