ନୂଆଦିଲ୍ଲୀ ୨୦/୦୬: ସୀମାରେ ଭାରତର ଶକ୍ତି ବୃଦ୍ଧି ଦେଖି ପାକିସ୍ତାନର ଚିନ୍ତା ବଢ଼ିଯାଇଛି । ଫଳରେ ପାକିସ୍ତାନ ସୀମାରେ ଡ୍ରୋନ୍ ସାହାଯ୍ୟରେ ଭାରତୀୟ ସୈନ୍ୟଙ୍କ ଗତିବିଧି ଉପରେ ନଜର ରଖିବାକୁ ଚେଷ୍ଟା ଚଳାଇଛି । ତେବେ ସୀମାରେ ସତର୍କ ଥିବା ବିଏସ୍ଏଫ୍ ଆଜି କାଠୁଆ ବର୍ଡରରେ ପାକିସ୍ତାନର ଏକ ଡ୍ରୋନ୍କୁ ଖସାଇ ଦେଇଛି । ପାକିସ୍ତାନ ପଟୁ ଆସିଥିବା ଏହି ଡ୍ରୋନରେ କିଛି ଅସ୍ତ୍ରଶସ୍ତ୍ର ବନ୍ଧା ହୋଇଥିଲା । ଡ୍ରୋନରେ ଏମ୍-୪ ଆମେରିକା ତିଆରି ରାଇଫଲ୍, ଦୁଇଟି ମ୍ୟାଗାଜିନ୍ ଏବଂ ୬୦ ରାଉଣ୍ଡ ସମେତ ଗ୍ରେନେଡ ବରାମଦ ହୋଇଛି । ଏହି ଡେଲିଭରି କୌଣସି ଅଲି ଭାଇ ନାମକ ଯୁବକ ପାଇଁ ଥିଲା । ୮ଫୁଟର ଏହି ଡ୍ରୋନରେ ତାର ନାମ ଲେଖାଯାଇଥିଲା । ବିଏସ୍ଏଫ୍ର ସତର୍କତା ଯୋଗୁଁ ଏହି ଡ୍ରୋନ୍କୁ ଖସାଇବାରେ ସଫଳତା ମିଳିଲା ବୋଲି ଅଧିକାରୀ କହିଛନ୍ତି । (ଏଜେନ୍ସି)