ଟାଙ୍ଗୀ:୧୬/୦୫(ବିନୁ ଦାସ୍):ସାରା ଦେଶରେ କୋରନା ତାର ଦ୍ଵିତୀୟ ଲହରୀର ଭୟଙ୍କର ରୂପ ଦେଖାଇଚାଲିଛି। ସେଥିରୁ ଆଶ୍ୱସ୍ତି ଲାଭ କରିବା ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଟୀକାକରଣ ଚାଲୁଅଛି । ପରିତାପର ବିଷୟ ଏହିକି ଯେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ କୁହୁଡି ଗ୍ରାମରେ ୧୦ ହଜାରରୁ ଉର୍ଦ୍ଧ ଜନସଂଖ୍ୟା ଏବଂ ଆଖ ପାଖ ପଞ୍ଚାୟତ ଯଥା ରତନପୁର, କୁଞ୍ଜୁରି ଆଦି ଗ୍ରାମକୁ ମିଶାଇଲେ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଏହି ବିରାଟ ଜନସଂଖ୍ୟା ଗ୍ରାମ ଗୁଡ଼ିକୁ ଏକ ମାତ୍ର ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ସାହା ଭରସା (ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, କୁହୁଡି) ଦୁଃଖର ବିଷୟ, ସବୁ ପ୍ରକାର ସୁବିଧା ଥାଇ ମଧ୍ୟ ଏହି ଚିକିତ୍ସାଳୟ ରେ ଟୀକାକରଣ ଆରମ୍ଭ ହୋଇନାହିଁ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ସବୁବେଳେ ପ୍ରଭାବ ରଖୁଥିବା କୁହୁଡି ଗ୍ରାମ ଆଜି ଏହି କ୍ଷେତ୍ରରେ ପଛେଇ ଯାଇଛି। ରାଜନୈତିକ ବ୍ୟକ୍ତିଙ୍କ ଏହି ଦିଗ ପ୍ରତି ଆଗ୍ରହ ନଦେବା ବିଶେଷ କରି ସ୍ଥାନୀୟ ଗ୍ରାମର ସରପଞ୍ଚ, ବ୍ଲକ୍ ଅଧକ୍ଷ ଏବଂ ଜିଲ୍ଲା ପରିଷଦ ଶାସକ ଦଳର ହୋଇଥିଲେ ମଧ୍ୟ ଏହି ଦିଗରେ ତାଙ୍କର ନିଷ୍କ୍ରିୟତା ଏବଂ ଅପାରଗତା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଯାହାଫଳରେ କି ପାଖ ଗ୍ରାମରେ ଟିକା କରଣ ଚାଲିଥିବା ବେଳେ କୁହୁଡ଼ି ଗ୍ରାମ ବାସୀ ଭାଗ୍ୟକୁ ଆଦରି ବସିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।