କାଳୁପଡ଼ା ତାରିମୀ ଗ୍ରାମକୁ ସାତଦିନିଆ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ

କାଳୁପଡ଼ା ଘାଟ:-୦୪।୦୫(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଅଞ୍ଚଳ କଳକଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ତାରିମୀ ଗ୍ରାମରେ ୫ ଜଣ କରୋନା ସଂକ୍ରମିତ ରୋଗୀ ବାହାରିବାରୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଗୋଷ୍ଠୀ ସଂକ୍ରମଣକୁ ରୋକ୍ ଦେବାକୁ ଆଦେଶ ନମ୍ବର ୨୨୦୫ ଅନୁଯାୟୀ ଚାରି ତାରିଖ ସନ୍ଧ୍ୟା ୭ ଘଟିକାରୁ ୧୦ ତାରିଖ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।ଏହି ସମୟରେ ସ୍ଥାନୀୟ କଳକଳେଶ୍ୱର ସରପଞ୍ଚ ଅସିତ୍ ନାଥ ଙ୍କର ତତ୍ୱାବଧାନରେ ଗ୍ରାମକୁ ସମ୍ପୂର୍ଣ୍ଣ ସାନିଟାଇଜ ସହ ଗ୍ରାମବାସୀ ମାନଙ୍କର କୋଭିଡ ପରୀକ୍ଷା କରାଯିବ।ଏପରିକି ସ୍ଥାନୀୟ ଟାଙ୍ଗୀ ପୋଲିସର ୨୪ଘଣ୍ଟିଆ ପ୍ରହରା ରହିବ।ସରପଞ୍ଚ କହିଛନ୍ତି କି ଏହି ସାତଦିନିଆ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବାଦ୍ୱାରା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା କମ ତେଣୁ ସମସ୍ତେ ନିୟମ ପାଳନ କରି ଘରେ ରହିବା ଏବଂ ମାସ୍କ ପରିଧାନ ବାଧ୍ୟତାମୂଳକ ବୋଲି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ସହ ଅନୁରୋଧ କରିଛନ୍ତି।