ବାଣପୁରରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ।

ବାଣପୁର,୦୩/୦୫: ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସେହି ସମାନ ଅବସ୍ଥା । ଜିଲ୍ଲାରେ ପ୍ରତିଦିନ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ବାଣପୁର ଅଞ୍ଚଳରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ସଂକ୍ରମଣକୁ ରୋକିବା ପାଇଁ ବାଣପୁର ପୌରାଞ୍ଚଳର ଅନ୍ତର୍ଗତ ୧୪ ନମ୍ବର ୱାର୍ଡର ସାରୁବାରିପଦର ରେ ୪ଜଣ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ୦୩।୦୫।୨୧ ସଂଧ୍ୟା ୭ଟା ଠାରୁ ୯।୦୫।୨୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୭୩ ଜନ ସଂଖ୍ୟା ବିଶିଷ୍ଟ ୧୨ ଗୋଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପୌର ପ୍ରଶାସନ ।

 

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ବାଲେଶ୍ୱରରୁ ୧୭୯, ବରଗଡରୁ ୪୫୨, ଭଦ୍ରକରୁ ୩୫୧, ବଲାଙ୍ଗୀରରୁ ୨୯୧, ବୌଦ୍ଧରୁ ୧୭୫, କଟକରୁ ୫୮୭, ଦେବଗଡରୁ ୧୦୩, ଢେଙ୍କାନାଳରୁ ୧୪୯, ଗଜପତିରୁ ୧୬୫, ଗଞ୍ଜାମରୁ ୨୬୨, ଜଗତସିଂପୁରରୁ ୧୦୯, ଯାଜପୁରରୁ ୨୩୨, ଝାରସୁଗୁଡାରୁ ୩୦୪, କଳାହାଣ୍ଡିରୁ ୨୩୬, କନ୍ଧମାଳରୁ ୬୨, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୪, ଖୋର୍ଧାରୁ ୧୨୫୮, କୋରାପୁଟରୁ ୧୪୫, ମାଲକାନଗିରିରୁ ୭୩, ମୟୂରଭ଼ଞ୍ଜରୁ ୧୩୪, ନବରଙ୍ଗପୁରରୁ ୪୩୩, ନୟାଗଡରୁ ୧୯୪, ନୂଆପଡାରୁ ୨୭୮, ପୁରୀରୁ ୫୩୦, ରାୟଗଡାରୁ ୧୫୭, ସମ୍ବଲପୁରରୁ ୫୨୦, ସୋନପୁରରୁ ୧୨୧, ସୁନ୍ଦରଗଡରୁ ୫୯୨ ଜଣ ଆକ୍ରାନ୍ତ ଓ ଷ୍ଟେଟ୍‌ ପୁଲରୁ ୨୫୫ ଜଣ ରହିଛନ୍ତି । ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।