କାଳୁପଡ଼ା ଘାଟ,୦୨।୦୫/(ବିନୁ ଦାସ୍):ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଅଞ୍ଚଳରେ ଥିବା ଶେକ ଦୋକାନୀଙ୍କୁ ଚିଲିକା ତହସିଲଦାର ପୁନମ୍ ମହାପାତ୍ର ଙ୍କର ନିର୍ଦେଶ ମୁତାବକ ଏକ ଟିମ୍ ଚଢ଼ାଉ କରିଛନ୍ତି।ପ୍ରାପ୍ତ ସୂଚନା ମୁତାବକ ସାରା ଭାରତ ବର୍ଷରେ କରୋନା ମହାମାରୀ ଦ୍ରୁତ ଗତିରେ ବଢି ଚାଲିଛି ଏପରିକି ଓଡିଶା ରାଜ୍ୟ ମଧ୍ୟ ବାଦ୍ ପଡିନି।ଖୋର୍ଦ୍ଧା ଜିଲ୍ଲାର ଦୈନିକ ସଂକ୍ରମଣ ଏବେ ସାରା ରାଜ୍ୟରେ ମୁଣ୍ଡବିନ୍ଧା ହେବା ସହ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛି କିନ୍ତୁ ଏସବୁକୁ ଖାତିର ନକରି କାଳୁପଡ଼ା ଘାଟ ଶେକ କେନ୍ଦ୍ରର କିଛି ଦୋକାନୀ ଡାକ୍ତରୀ ବିଦ୍ୟା ଭାବି କୋଭିଡ ନିୟମ ଉଲଂଘନ କରୁଥିଲେ।ଏପରିକି ସାମାଜିକ ଦୂରତା ବ୍ୟାଘାତ ହେବା, ବାହାର ଅଚିହ୍ନା ରୋଗୀ ଙ୍କୁ ବିନା କୋଭିଡ ପରୀକ୍ଷାରେ ସେବା ଯୋଗେଇବା ଆଦି ଉଲଂଘନ ର ଖବର ଜିଲ୍ଲାପାଳ ଖୋର୍ଦ୍ଧାଙ୍କର ଅବଗତି ନିମନ୍ତେ ସୋସିଆଲ ମେଡିଆ ଟ୍ୱିଟର ମାଧ୍ୟମରେ ଆମ ପ୍ରତିନିଧି ବିନୁ ଦାସ୍ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ।
ହଠାତ ରବିବାର ପୂର୍ବାହ୍ନ ୧୦ ରେ ଚିଲିକା ତହସିଲଦାର ଙ୍କର ନିର୍ଦ୍ଦେଶ ମୁତାବକ ଟୁଟୁ ସ୍ୱାଇଁ ରାଜସ୍ବ ନିରୀକ୍ଷକଏକ ଟିମ୍ ସହ ଅଚାନକ ଶେକ କେନ୍ଦ୍ର ଗୁଡ଼ିକ ଚଢ଼ାଉ କରିବା ସହ ଆଇନ ଉଲଂଘନ ହେଲେ ଶେକ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ କରିବା ଏବଂ ସର୍ବନିମ୍ନ ୩୦ହଜାର ଜୋରିମାନା ଆବଶ୍ୟକ ପଡ଼ିଲେ ଅତି ଅମାନିଆଁ ହେଲେ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିବାକୁ କହିଛନ୍ତି। ଦେଖାଯାଉ ବର୍ତ୍ତମାନ ପ୍ରଶାସନ ଆଗାମୀ ୫ ତାରିଖରୁ ଆରମ୍ଭ ହେଉଥିବା ଲକ ଡାଉନ ରେ ଶେକ ଦୋକାନୀଙ୍କୁ କେମିତି ସଜାଗ କରୁଛି ଚିଲିକା ପ୍ରଶାସନ ଏବଂ ଟାଙ୍ଗୀ ପୋଲିସ। ପ୍ରଶାସନ ସଜାଗ ନହେଲେ କରୋନା ହଟସ୍ପଟ ନହେବ ବୋଲି କହି ହେଉନି। ତୁରନ୍ତ ୟେ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଏବଂ ଶେକ ଦୋକାନ ଗୁଡ଼ିକ ବନ୍ଦ କରିବାକୁ ସ୍ଥାନୀୟ ବ୍ୟବସାୟୀ ଏବଂ ସ୍ଥାନୀୟ ଅଧିବାସୀ ରାଜସ୍ୱ ନିରୀକ୍ଷକ ଚିଲିକା ଟୁଟୁ ସ୍ୱାଇଁ ଙ୍କୁ ଅବଗତ କରିଛନ୍ତି ।