ଯାଜପୁର,୨୮।୦୪: ନିଜ ଦୋଷୀ ଭାଇକୁ ମୁକ୍ତ କରିବା ପାଇଁ ଥାନା ସମ୍ମୁଖରେ ତାଣ୍ଡବ ରଚିଲେ ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲିକ। ଥାନା ଅଧିକାରୀଙ୍କ ଉପରେ କ୍ଷୁବ୍ଧ ହୋଇ କଲେ ଅସଭ୍ୟ ଆଚରଣ। ଉଦ୍ଧତାମୀର ଶେଷ ସୀମା ଲଙ୍ଘିଲେ ମାଡାମ୍ ମାମିନା । ଖବର ଅନୁଯାୟୀ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତର ବହୁ ଚର୍ଚ୍ଚିତ ଭୁଜାଲି ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ହେମନ୍ତ ମଲିକଙ୍କୁ ମଙ୍ଗଳପୁର ପୋଲିସ୍ କୁଆଖିଆର ଏକ ଲଜ୍ରୁ ଗିରଫ କରିଛି । ହେମନ୍ତ ସହ ତାର ମୁଖ୍ୟ ସହଯୋଗୀ କୁହାଯାଉଥିବା ମାମିନା ମଲିକଙ୍କ ଭାଇ ଅନିରୁଦ୍ଧ ମଲିକଙ୍କୁ ମଧ୍ୟ ଥାନାକୁ ଉଠାଇ ଆଣିଛି ମଙ୍ଗଳପୁର ପୋଲିସ୍ । ଯାହାକୁ ବିରୋଧ କରି ଥାନା ସାମ୍ନାରେ ତାଣ୍ଡବ ରଚିଛନ୍ତି ମାମିନା। ନିଜ ଭାଇର ଗିରଫକୁ ବିରୋଧ କରି ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଦେଖିବାକୁ ମିଳିଛି। ତେବେ ମାଡାମ୍ ମାମିନା ଙ୍କ ଏଭଳି ଆଚରଣ ନୂଆ ନୁହେଁ ଅତୀତରେ ସୋସିଆଲ ମିଡ଼ିଆରେ ବିନା ହେଲମେଟରେ ଗୋଟେ ସ୍କୁଟିରେ ୩ ଜଣ ଛୁଆଙ୍କୁ ନେଇ ଲାଇଭ୍ ଷ୍ଟଣ୍ଟ୍ କରି ଚର୍ଚ୍ଚାକୁ ଆସିଥିଲେ ମାଡାମ୍ ।