ରାଜ୍ୟରେ ଲାଗୁ ହେବନି ଡେ-କର୍ଫ୍ୟୁ: ସ୍ପଷ୍ଟ କଲେ ସ୍ବତନ୍ତ୍ର ରିଲିଫ୍‌ କମିସନର

ଭୁବନେଶ୍ବର ୦୪/୦୪ : ରାଜ୍ୟରେ ଲାଗୁହେବ ନାହିଁ ଡେ-କର୍ଫ୍ୟୁ । ଏ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ବର୍ତ୍ତମାନ ଦିନରେ କର୍ଫ୍ୟୁ ଜାରି କରିବାର ଆବଶ୍ୟକତା ନାହିଁ । ଡେ-କର୍ଫ୍ୟୁ ଆବଶ୍ୟକତା ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ।

ଏହା ସହିତ କୋଭିଡ୍‌ ନିୟମ କଡାକଡି କରିବା ଏବଂ ଜନସାଧାରଣଙ୍କୁ ନିୟମ ମାନିବାକୁ ଅପିଲ କରିଛନ୍ତି SRC ।