କାଳୁପଡ଼ା ଘାଟ,୦୨/୦୪(ବିନୁ ଦାସ୍)-ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଅଁଳାଡିହ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ କାଗଜ କଲମରେ ଚାଲିଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।ପ୍ରାପ୍ତ ସୂଚନା ମୁତାବକ ଚିଲିକା ହ୍ରଦ ଉପାନ୍ତ ଅଞ୍ଚଳରେ ମଧୁର ପାନୀୟ ଜଳ ପାଇବା ସାତ ସପନ।ଚିଲିକା ହ୍ରଦର ଲବଣାକ୍ତ ଜଳରାଶି ଯୋଗୁଁ ଚିଲିକା ବ୍ଲକ ର ଅଧିକାଂଶ ଗ୍ରାମ ପଞ୍ଚାୟତ ର ଅଧିବାସୀ ସଦାବେଳେ ମଧୁର ପାନୀୟ ଜଳ ପାଇଁ ସଂଗ୍ରାମ କରନ୍ତି।ସରକାର ମଧ୍ୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଖୋଲିଛନ୍ତି।କିନ୍ତୁ ବାସ୍ତବ କ୍ଷେତ୍ରରେ ସରକାରୀ କର୍ମଚାରୀ କିମ୍ବା ବିଭାଗୀୟ ଅଧିକାରୀ ମାନେ କାଗଜ କଲମରେ ଦାୟିତ୍ୱ ସାରି ବସୁଛନ୍ତି।ପରିସ୍ଥିତି ଏପରି ହୋଇଛି ଯେ ବାର୍ଷିକ ମରାମତି ନାମରେ ଅର୍ଥ ହରିଲୁଟ ହେଉଥିବାର ପ୍ରମାଣ ରହିଛି।ପ୍ରାପ୍ତ ସୂଚନା ମୁତାବକ ଚଣ୍ଡେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଅଁଳାଡିହ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପଟି ୨୦୧୨ ମସିହାରୁ ଗ୍ରାମବାସୀ ମାନଙ୍କ ପାଇଁ ତାର ସେବା ଯୋଗାଇ ଆସୁଥିବା ବେଳେ ବିଭାଗୀୟ ଅଧିକାରୀ ଏବଂ ଚଣ୍ଡେଶ୍ୱର ସରପଞ୍ଚ ସୁଧାକର ମହାପାତ୍ର ମଧ୍ୟ ଚୁପଚାପ ରହୁଥିବାର ଦେଖାଯାଉଛି କିନ୍ତୁ ବାର୍ଷିକ ମରାମତି ନାମରେ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଲୁଟ ହେବାର ଯୋଜନା ପ୍ରସ୍ତୁତ ସହ ଲୁଟୁଛନ୍ତି।ରାଜ୍ୟ ସରକାର ଙ୍କ ଘୋଷଣା ମୁତାବକ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଯୁଦ୍ଧ କାଳୀନ ମରାମତି ସହ ଯେମିତି ପାଣି ପାଇବାରେ ଅସୁବିଧା ହେବନି ସେ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ସହ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ତାଗିଦ କରିଥିଲେ ବି ଚିଲିକା ବ୍ଲକ ରେ ଏହାର ଚିତ୍ର ସମ୍ପୁର୍ଣ୍ଣ ଓଲଟା। ଅଁଳାଡିହ ଗ୍ରାମ ତିନିଗୋଟି ୱାର୍ଡ ଯଥା ଫୁଲଗୋରଡ଼ା, ଅଁଳାଡିହ,ଚଢେଇ ଗୁଆଁ, ମଝି ସାହି ଏବଂ ମାଳି ସାହି ର ଗ୍ରାମବାସୀ ଏଥିରୁ ବଞ୍ଚିତ।ସରକାରୀ ସ୍ତରରେ ୨୮ ଗୋଟି ସରକାରୀ ଟ୍ୟାପ ଥିବା ବେଳେ ଏହା ବର୍ତ୍ତମାନ ବେସରକାରୀ ଭାବରେ ୨୨୮ କୁ ଅତିକ୍ରାନ୍ତ କରିବା ସହ ୫୦ ରୁ ଉର୍ଦ୍ଧ୍ବ ବେନିୟମ ପାଣି ମଟର ଯୋଗେ ପାଣି ନେଉଛନ୍ତି କିଛି ଗ୍ରାମବାସୀ।ଫୁଲଗୋରଡ଼ା ୱାର୍ଡର ତୋଟାପଡ଼ା ଗ୍ରାମ ଠାରୁ ଆରମ୍ଭକରି କାଳୁପଡ଼ା ଘାଟ ବଜାର ପର୍ଯ୍ୟନ୍ତ ପାଇପ୍ ବିଛା ଯାଇଥିଲେ ବି ଦୀର୍ଘ ୧୨ ବର୍ଷ ହେବ ପାଣି ମୁନ୍ଦାଏ ଆସୁନି।ୟେ ଦିଗରେ ବାରମ୍ବାର ଚଣ୍ଡେଶ୍ୱର ସରପଞ୍ଚ ସୁଧାକର ମହାପାତ୍ରଙ୍କ ଅବଗତ କରାଯାଇଥିଲେ ବି ସରପଞ୍ଚ କୁମ୍ଭକର୍ଣ୍ଣ ନିଦ୍ରାରେ।ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସରପଞ୍ଚ ଙ୍କର କିଛି ନିଜ ଲୋକ ପାଣି ମଟର ଯୋଗେ ଲୁଟୁଛନ୍ତି।ସେହିଭଳି ପାଣି ଯୋଗାଣ ସମୟ ସକାଳ ୭ ରୁ ୮.୩୦ ଦେଢ଼ ଘଂଟା ଦେବାକୁ ନିୟମ ଥିଲେବି ତାହା ଅଧଘଣ୍ଟା ଯୋଗାଇ ବନ୍ଦ କରୁଛନ୍ତି।ଦୀର୍ଘ ଦୁଇବର୍ଷ ରୁ ଅଧିକ ପାଣିଟାଙ୍କି କୁ ସଫା ବି କରୁନାହାନ୍ତି ଯାହାକି ୪ଫୁଟ ପଙ୍କ ଟାଙ୍କି ଭିତରେ ବସି ରହିବା ସହ ଫିଲଟର ଟାଙ୍କି ମଧ୍ୟ ୫ବର୍ଷ ହେବ ସଫା ହୋଇନି। ୟେ ଦିଗରେ ଆମ ପ୍ରତିନିଧି ଚିଲିକା ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀ ବାସୁଦେବ ଶତପଥୀ ଙ୍କ ସହ ଯୋଗାଯୋଗ କରିଥିଲୁ।ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ସହ ତଦନ୍ତ କରିବାକୁ ଆଶ୍ୱାସନା ଦେଇଛନ୍ତି।ଯଦି ଆଗାମୀ ଦିନରେ ବେନିୟମ ପାଇପ୍ ସଂଯୋଗ,ବେନିୟମ ମଟର ଯୋଗେ ପାଣି ଲୁଟ ଏବଂ ଗ୍ରାମବାସୀ ମାନେ ପାଣିରୁ ବଞ୍ଚିତ ହେଲେ ପମ୍ପ ଘର କୁ ବନ୍ଦ କରିବା ସହ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ତୁରନ୍ତ ୟେ ଦିଗରେ ଚିଲିକା ବ୍ଲକ ବିଡ଼ିଓ ,ବିଭାଗୀୟ ଯନ୍ତ୍ରୀ,ଚଣ୍ଡେଶ୍ୱର ସରପଞ୍ଚ ଦୃଷ୍ଟି ଦେବା ସହ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।