ବୁଗୁଡ଼ା,୨୭/୦୧(ବୁଦ୍ଧିରାମ ସାହୁ): ଗଞ୍ଜାମ ଜିଲ୍ଲା ବୁଗୁଡାର ଐତିହାସିକ ଶୈବପୀଠ ବୁଦ୍ଧଖୋଲର ପାଦଦେଶସ୍ଥ ଓଟିଡିସି ଗୃହରେ ମାରଦାଶ୍ରୀ ମଞ୍ଚ କଳାକାରମାନଙ୍କ ଏକ ବୈଠକ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ଯୋଗୁଁ ଗତ ଥର ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା ହୋଇପାରି ନଥିଲା। ତେଣୁ ଏବର୍ଷ ଦଣ୍ଡଯାତ୍ରାକୁ ଅନୁମତି ପ୍ରାପ୍ତି ସକାଶେ ସମସ୍ତ ମଞ୍ଚ କଳାକାର ବିଧାୟକଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ବିଧାୟକଙ୍କ ସମେତ କଳାକାର ସଂଘର ସଭାପତି ସୁଶାନ୍ତ କୁମାର ସାହୁ,ଉପସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର,ସମ୍ପାଦକ ମାନସ ରଞ୍ଜନ ପ୍ରଧାନ,ସହସଂପାଦକ ରବୀନ୍ଦ୍ର ନାଥ ସାହୁ,କୋଷାଧ୍ୟକ୍ଷ ସୁବ୍ରତ ରାଖଲ ଦାଶ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୁଗୁଡା ଓ ପୋଲାସରା ଅଞ୍ଚଳର ସମସ୍ତ ଦଣ୍ଡଯାତ୍ରା କମିଟିର କର୍ମକର୍ତ୍ତା ଏବଂ ବରିଷ୍ଠ ନାଟ୍ୟ ନିର୍ଦେଶକ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇ ନିଜ ନିଜର ମତ ରଖିଥିଲେ ।