କେନ୍ଦ୍ରାପଡା,୧୧।୧୦: ସଇରା ପଞ୍ଚାୟତ ଅନ୍ତର୍ଗତ ମୋହନପୁର ଗ୍ରାମର ବାସନ୍ତୀ ମଲିକ ନାମକ ଏକ ବିଧବା ବୃଦ୍ଧା ଏବଂ ତାଙ୍କର ମାନସିକ ସ୍ଥିତି ଠିକ ନଥିବା ଝିଅ ସହ ମନ୍ଦିର ପଛପଟେ ପାଲ ତଳେ ଦୀର୍ଘଦିନ ଧରି ରହୁଥିଲେ ଯେହେତୁ ସେ ଭୂମିହୀନ ଅଟନ୍ତି, ଏ ଖବର ପାଇ ସହାୟତାର ହାତ ବଢାଇଛି ଅରଗଳର ବିପଦ ର ସାଥି Charitable Trust. ଆଳି ବ୍ଲକ ଅନ୍ତର୍ଗତ ଅରଗଳ ସ୍ଥିତ ବିପଦର ସାଥି Charitable Trust ପକ୍ଷରୁ ସହାୟତାର ହାତ ବଢାଯାଇଥିବା ବେଳେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି। ରାସନ ସାମଗ୍ରୀ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। Trust ଏପରି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବାସି ବେଶ ପ୍ରଶଂସା କରିବା ସହ ବାସନ୍ତୀଙ୍କୁ ସରକାର ତରଫରୁ ସହାୟତା ପାଇଁ ଦାବୀ କରିଛନ୍ତି ।