ବାଲୁଗାଁ ଏନ.ଏ.ସି କୋଭିଡ ନିୟମରେ ଲୁଟିଖାଇଗଲେ କର୍ମଚାରୀ, ଅଧିକାରୀ ହେଲେ ହାତ ବାରିସି ।

ବାଲୁଗାଁ,୦୮/୧୦:ବାଲୁଗାଁ ଏନ.ଏ.ସିର ତଳ ତଳିଆ ବାରିଜଗା ଚାକର ମାନଙ୍କ ଛତରା ନାନୀର ଗୋଦରା ନିତି ଆଜି ଅସହ୍ୟ ହୋଇ ପଡିଛି । କୋଭିଡ ନିର୍ଦ୍ଦେଶାବଳୀ ନଜାଣି, ନବୁଝି ମୂର୍ଖଙ୍କ ଗୋଜା ବୁଝାବଣା କରୁଛନ୍ତି ପିଅନ, କିରାଣୀ ଓ ତାଙ୍କ ସହିତ ବୁଲୁଥିବା ଗୁଟୁଖା, ପାନ, ସିଗାରେଟ ପାଇଁ ଭଡାଟିଆ ଚୌକିଦାରୀମାନେ । ମାଆ ଧାନକୁଟି ପୁଅନାଗର ହେଲେ ଏମିତି ଜନସାଧାରଣଙ୍କ ଦ୍ୱାରା ଅଟକ ରହି ଉଧ୍ୟାର ପାଇଁ ଛାଟିପିଟି ହୋଇ ଅଫିସର ଓ ଅଧିକାରୀଙ୍କ ହସ୍ତକ୍ଷପ ଲୋଡି ଲୋକହସାହୋଇ ମୁଣ୍ଡ ନୁଆଁଇଲେ । ଅଧିକାରୀଙ୍କ ହସ୍ତକ୍ଷେପ ସତେ ଯେମିତି ଅନ୍ଧମାନଙ୍କ କନ୍ଧ ବୁଝାବଣା ପରି। ତଳିଆ ଚାକରଙ୍କ କରାୟତ ହୋଇ ଗୁପ୍ତନୃତ୍ୟରେ ବୁଡିରହୁଛନ୍ତି ଅଧିକାରୀ । ଏମାନଙ୍କୁ ସୁରକ୍ଷା ଯୋଗାଉଥିବା ଭଡାଟିଆ ମାଟିଆ ମଇଳିଆ ରଙ୍ଗର ପୋଷାକଧାରୀ ଜଗୁଆଳିମାନେ ସରକାରୀ ନା ପାନ ଗୁଟୁଖା ପାଇଁ ଛଦ୍ମବେଶୀ ଛତରା ଏମାନେ ନିଜର ପରିଚୟ କୁ ଲୁକାୟିତ ରଖୁଛନ୍ତି ଓ ପରିଚୟ ମାଗିଲେ ଚୋରପରି ଚୁପ ରହୁଛନ୍ତି ।

ଖୁଲମ ଖୁଲା ଭାବେ କରୋନାର ସମର୍ଥକ, ବାହକସାଜି କରୋନାକୁ ବିକ୍ରୀ କରିବାରେ ଓ ଏହାର ବହୁଳ ସମ୍ଫ୍ରସାରଣ ପାଇଁ ପ୍ରତିଜ୍ଞାବଦ୍ଧ ଏମାନେ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୂଳ ମାଛଗୋଦାମ ଅଞ୍ଚଳରେ, ସେଠାରେ ଜନୌକ ଓକିଲ ନାକ ଉପରେ ମାସ୍କ ପିନ୍ଧିନଥିବାରୁ ତଳିଆ ଚାକର ଓ ଜଗୁଆଳି କୁକୁର ନଜାଣି ନବୁଝି ଫାଇନ ଆଦାୟ ପାଇଁ ବଳ ପ୍ରୟୋଗ କରିବାରେ ସେଠାରେ ଫାଇନ ପାଇଁ ଓକିଲ ମହାଶୟ ପଢାଇଥିଲେ ଆଇନିର ପାଠ । ଓକିଲ ମହୋଦୟ କୋଭିଡ ନିର୍ଦ୍ଦେଶାବଳୀର Annexure -I ର ନିୟମାବଳୀ ଯାହା ଓଡିଶା ରାଜ୍ୟପାଳଙ୍କର ଆଦେଶ, ଓଡିଶା ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର Notification No HFW-SCH-I-EMER- 0001-2020-15375/H Date 30.06.2020- 3 IV ର କଥାରୁ ଜଣାଯାଏ ଶ୍ୱାସ ପ୍ରଶ୍ୱାସର ସରଳିକରଣକୁ ଅଧିକ ଗୁରୁତ୍ୱର ସହିତ ନିଆଯିବ ଏବଂ କେବଳ ଛିଙ୍କିବା କିମ୍ବା କାଶିବା ବେଳେ ନାକ ଉପରକୁ ମାସ୍କ ପିନ୍ଧିବା କଥା ବର୍ଣ୍ଣିତ ଅଛିବୋଲି ଦେଖାଇଥିଲେ ।


ସେଠାରେ ଜଗୁଆଳି ଓ ତଳିଆ ଚାକରମାନେ ଠିକ ବୁଝି ନବୁଝିବାର ଅଭିନୟକରି ଇଜତ ବଞ୍ଚାଇବା ଚାହିଁ ଗାଲୁଆଙ୍କ ବାରବାଟି ଚାଷ ପରି ଆଚରଣ କରି ଛି ଛି ଶୁଣି ମେଁ ମେଁ ହେଲେ । ଅଧିକାରୀଙ୍କ କଥା କହିଲେ ନସରେ, ନିଜ ନିଜର ମୁର୍ଖାମିର ପରିଚୟ ପ୍ରକାଶକରି ଜଗୁଆଳି ଓ ଚାକର ମାନଙ୍କୁ ପଠାଇ ବେଶ ଲାଭର ଭାଗିଦାରୀ ବୋଲି ଆଲୋଚନାଟି ଦାଣ୍ଡରେ ପଡି ହାଟରେ ଗଡୁଛି। ସେଠାରେ ଜଗୁଆଳି ଓ ଚାକର ମାନଙ୍କର ଗନ୍ଧିଆ ହାତ କେତେ ଲମ୍ବା ଯେ ସେଥିରେ ସେ ତାଳ ଗଛକୁ ବାଳ ଫିଙ୍ଗିବାକୁ ଚେଷ୍ଟା କରିବା କେବଳ ବୃଥା ପରିଶ୍ରମ। ସେମାନଙ୍କ କଥା, ବାର୍ତ୍ତା, ହାବ, ଭାବରୁ ଜଣାପଡୁଛି ଅଧିକାରୀ Goenka ମହୋଦୟାଙ୍କୁ ଆପ୍ୟାୟିତକରି ଆୟତ କରୁଛନ୍ତି ତଥାକଥିତ ବୁଲା ବାଉରିଆରୁ ସାଜିଥିବା ତଳତଳିଆ ଚାକରମାନେ । ଲୋକାଲ ଲୋକର ପରିଚୟ ଓ ବାହାଦୁରିରେ କରୁଛନ୍ତି ଦାଦାଗିରି, ଏ ଦାଦାଗିରି ଅସହ୍ୟ ହେଲେ, ଲୋକେ ଅତିଷ୍ଠ ହେଲେ ଚାକର କରିବେ ବେଶ୍ୟାଗିରି । ଅଧିକାରୀଙ୍କ ଜାଣତରେ ଅବା ଅଜାଣତରେ କର୍ମଚାରୀ ଚାକର ମାନଙ୍କ ରାହାଜାନି ଓ ମନମାନି ସାଧାରଣଙ୍କୁ ରଖାଇ ଦେଉନି । ଅଧିକାରୀଙ୍କ ଜ୍ଞାତରେ କର୍ମଚାରୀମାନେ କୋଭିଡ ୧୯ ରୁଲ୍ କୁ ଉଲଙ୍ଘନ କରୁଥିଲେ ମଧ୍ୟ ରାଧେ ରାଧେ …ଅଧେକୁ ….ଅଧେ କଥାରେ ନିମଗ୍ନ ହୋଇ ମଜି ଯାଉଛନ୍ତି ଅଧିକାରୀ ।

ଜଣେ ଭଦ୍ରବ୍ୟକ୍ତି ଓ ସୁନାମଧନ୍ୟ ଗଣମାଧ୍ୟମର ସାମ୍ବାଦିକ ପ୍ରଶ୍ନରେ ନିଜର ଅଫିସ ଫାଇନ ରସିଦକୁ ଅଫିସର ଚିହ୍ନିନପାରି ଅଧିନସ୍ଥ ଚାକରମାନଙ୍କ ସାହାଯ୍ୟ ନେଇଥିଲେ ଠିକ୍ କି ଭୂଲ ରସିଦ୍ ଜାଣିବା ପାଇଁ । ଟ୫୦୦ଙ୍କା ଫାଇନ୍ ଦେଲେ ରସିଦ ମିଳିବ ଓ ତାଠାରୁ କମ୍ ହେଲେ ରସିଦ ନାହିଁ ନ୍ୟାୟରେ ଚାଲିଛି ରାଜ । କୌଣସି ସଚେତନତା କାର୍ଯ୍ୟକ୍ରମ ନକରାଇ , ସାନିଟାଇଜେସନ ନକରାଇ ସର୍ବସ୍ଵ ଲୁଟି ଖାଇଚାଲିଛନ୍ତି ଏଇମାନେ, ସେମାନେ ଲୋଭରେ ଭୂଲିଗଲେଣି ଯେ ସାଧାରଣ ଲୋକଙ୍କୁ ସେବାକରିବା ପାଇଁ ଚାକର ଭାବେ ନିୟୋଜିତ ହୋଇଛନ୍ତି ବୋଲି । ଗାଲୁଆଙ୍କ ବାରବାଟି ଚାଷପରି , ତୁଛାକୁ ଏତେ ମୁଦି ନାହିଁ ଗୋଡ କଚାଡୁ କେତେ କଥାଟି ଆଜି ସମସ୍ତେ ଗାଇ ଚାଲିଛନ୍ତି ।

ଚାକର ମାନଙ୍କର ଏ ପ୍ରକାର ଘଟଣାର ଫଟୋ ଓ ଭିଡିଓ ଆମର ହସ୍ତଗତ ହୋଇ ସଂରକ୍ଷିତ ରହିଛି ଆବଶ୍ୟକ ସ୍ଥଳେ ପରବର୍ତ୍ତୀ ସଂସ୍କରଣ ପାଇଁ ବ୍ୟବହାର ହୋଇପାରେ ।