ବାଣପୁର ସ୍ୱାସ୍ଥ୍ୟ ବିଭାଗର ମନମାନିରେ ଜନ ଅସନ୍ତୋଷ ।

ବାଣପୁର,୦୧/୧୦: ବାଣପୁର ଏକ ଜନବହୁଳ ଅଞ୍ଚଳ ହୋଇଥିବ ବେଳେ ଏଠିକାର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଉପରେ ସମସ୍ତେ ନିର୍ଭରଶୀଳ । ଏଠି ଅନ୍ୟମାନଙ୍କ କଥା ନକହିଲେ ଭଲ, ଏଠାରେ ସ୍ୱାମୀ ଓ ସ୍ତ୍ରୀ ଉଭୟେ ଡାକ୍ତର ଚାକରୀ କରୁଥିବାବେଳେ ସ୍ତ୍ରୀ ର ଡ୍ୟୁଟି ପାଇଁ ତାଙ୍କର ସ୍ୱାମୀ ଡବଲ ଡ୍ୟୁଟି କରୁଛନ୍ତି । ସ୍ତ୍ରୀ ଡାକ୍ତର ମହାଶୟାଙ୍କର ଦେଖା ମିଳୁନି ବାଣପୁର କାର୍ଯ୍ୟସ୍ଥଳୀରେ, କାରଣ ବୁଝିବାରୁ ଜଣାପଡେ ସେକୁଆଡେ ଭାରି ପ୍ରଭାବଶାଳୀ, ତେଣୁ ବଡ ବଡ ଅଫିସର ତାଙ୍କ ହାତରେ ନାଚ କରନ୍ତି । ବାଣପୁର ସିଏଚସିର ମେଡିକାଲ ଅଫିସର ମହାଶୟ ଦୁର୍ଯ୍ୟୋଟି ପ୍ରସାଦ ମହାପାତ୍ର ଏଠାରେ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱରେ ଥାଇ ସପ୍ତାହକୁ ସର୍ବନିମ୍ନ ପାଞ୍ଚଦିନ ଅନୁପସ୍ଥିତ ରହୁଛନ୍ତି, ସେ ଏଠାରେ ମୂଖ୍ୟାଳୟରେ ମଧ୍ୟ ରହୁନାହାନ୍ତି । ଏ ବିଷୟରେ କାର୍ଯ୍ୟାଳୟରେ ପଚାରିଲେ ଅନ୍ୟ କର୍ମଚାରୀମାନେ କୁହନ୍ତି ସାର ମିଟିଙ୍ଗରେ ଅଛନ୍ତି ଏବଂ କାର୍ଯ୍ୟାଳୟରେ ତାଲା ଝୁଲୁଥାଏ । ଜିଲ୍ଲା ସିଡିଏମଓ ଙ୍କୁ ଫୋନରେ କଥା ହେବାରୁ ମେଡିକାଲ ଅଫିସରଙ୍କ ଅନୁପସ୍ଥିତକୁ ସେ ଆଦୌ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି, ବରଂ ତାଙ୍କର ଅକ୍ତିଆରରେ ହାତ ବାରିସି ହୋଇ ସପକ୍ଷ ଯୁକ୍ତି ରଖିବାରେ ବ୍ୟସ୍ତ ରହୁଛନ୍ତି । ସିଏଚସି ରେ CCTV ର ବ୍ୟବସ୍ଥା କରାଯାଇଛି ସବୁ କାର୍ଯ୍ୟକୁ ତଦାରଖ ଓ ନିରିକ୍ଷଣ କରିବାକୁ । ସିଡିଏମଓ ଓ କାଯ୍ୟାନୁଷ୍ଠାନ ଅଧିକାରୀଗଣ ଯଦି ଜନସାଧାରଣଙ୍କ କଥାକୁ ବିଶ୍ୱାସ କରୁ ନାହାନ୍ତି ତେବେ CCTV ଯାଞ୍ଚକରି ଜାଣନ୍ତୁ, ମେଡିକାଲ ଅଫିସର ମହୋଦୟ ଓ ମହିଳା ଡାକ୍ତର ମହୋଦୟା କେତେ ସମୟ କାର୍ଯ୍ୟରତ ରହୁଛନ୍ତି ଓ କେଉଁ ପ୍ରକାର ଆଗ୍ରହର ସହ ରୋଗୀଙ୍କ ସେବା କରୁଛନ୍ତି । ଏ ପ୍ରକାର ଅସୁବିଧାର ପ୍ରତିକାର କରାନଗଲେ ଭବିଷ୍ୟତରେ ଜନଆନ୍ଦୋଳନର ଆଶଙ୍କା ରହିଛି । ପ୍ରଶାସନିକ ଓ ଉପରିସ୍ଥ ଅଧିକାରୀଙ୍କୁ ସାଧାରଣ ଜନତାଙ୍କ ଅନୁରୋଧ ଏହାର ଏକ ଉଚ୍ଚିତ ତଥା ବିଧିବଧ ତଦନ୍ତକରି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ । ଏହି ପ୍ରକାର ମନୁଷ୍ୟକୃତ ଅବ୍ୟବସ୍ଥା ଦ୍ୱାରା ସ୍ୱାସ୍ଥବିଭାଗ ସାଧାରଣ ଜନତାଙ୍କର ସାମ୍ବିଧାନିକ ସ୍ଵସ୍ଥଗତ ଅଧିକାରକୁ କ୍ଷୁର୍ଣ୍ଣକରୁଛି ।

ଆଗାମୀ ସଂସ୍କରଣରେ ଅଧିକାରୀଙ୍କ କାର୍ଯ୍ୟାଳୟରେ ପରିବାରିକ ବ୍ୟବସାୟ ପାଦୃଭାବର ସବିଶେଷ ତଥ୍ୟ ପ୍ରକାଶ ପାଇବ…