ବାଣପୁର ତହସିଲ ଅଫିସର ଗୁଣ୍ଡାରାଜରେ ଲୋକ ମାନେ ଭୟଭୀତ

ବାଣପୁର, ୨୪/୦୯: ଓଡିଶା ସରକାରଙ୍କ Unlock-4 ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି ନଂ- 5039/R&DM (DM), Dt,31.08.2020 (RDM-RLF-MISC-0034-2020) ନିର୍ଦ୍ଦେଶାବଳୀକୁ ବେଖାତିରି କରି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରଙ୍କ ଦ୍ୱାରା ଲୋକଙ୍କୁ ଭୟଭୀତ କରାଇ ଜୋରଜୁଲୁର୍ ଧମକଚମକ ଦେଖାଇ ଓଡିଶା ସରକାରଙ୍କ ନିର୍ଦ୍ଦେଶକୁ ସକ୍ଷମତାର ସହ ବୁଝି ନପାରି କୋଟା ପୁରଣ କଥା କହି ଜୋରିମାନା ଆଦାୟରେ ଲାଗିପଡି ଅନ୍ୟସବୁ କାମକୁ ପଛକୁ ଠେଲି ଦେଇଛନ୍ତି । ଜୋରିମାନା ଆଦାୟବେଳେ ପୋଲିସ Constableର ଲାଠି ଦେଖାଇ ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଉଛି । Odisha Covid-19 Regulation ର ’10-A’ ଅନୁସାରେ Add.Tahasildar କିମ୍ବା ତଦୁର୍ଦ୍ଧ ଅଧିକାରୀମାନେ ଜୋରୀମାନା ସ୍ୱରୁପ ୧ମ, ୨ୟ ଓ ୩ୟ ଥର ଖିଲାପ ପାଇଁ ଟ୨୦୦ଙ୍କା ଆଦାୟ କରିପାରିବେ କିନ୍ତୁ ଏଠାରେ ପିଅନ କିରାଣୀ ମାନେ ନିଜକୁ ବଡ ଅଫିସରଙ୍କ ପରିଚୟ ଦେଇ ପ୍ରଥମଥର ପାଇଁ ଟ୫୦୦ଙ୍କା ଜୋରିମାନା ଆଦାୟ କରିବା କାର୍ଯ୍ୟଦ୍ଵାରା ଜନସାଧାରଣ ଭୟଭୀତ । ଏଥିପାଇଁ ଆମ ପ୍ରତିନିଧି ବାଣପୁର ତହସିଲଦାରଙ୍କ ସହିତ Telephone ରେ କଥା ହେବାରେ ଉତ୍ତର ମିଳିଲାକି Regulation ରେ ନାହିଁ କିନ୍ତୁ ଉପ-ଜିଲ୍ଲାପାଳ Video Conferenceରେ କହିଛନ୍ତି । ଜୋରିମାନା ରସିଦରେ ବାଣପୁର ତହସିଲ ମୋହର ଲଗାଇ ନାଜିର ଦସ୍ତଖତ୍ କରିଅଛନ୍ତି । ଉତ୍ତରଦାୟୀତ୍ୱ ବହନ କରୁଥିବା ରାଜକର୍ମଚାରୀ ରାଜ୍ୟ ନିୟମକୁ ସମ୍ନାନ ନଦେଲେ ଜନସାଧାରଣମାନ ଆସ୍ଥା ହରାଇ ରାଜ୍ୟରେ ଜଙ୍ଗଲ ରାଜକଥା କହିବୁଲିବେ । ଏଠାରେ ଏକଥା କୁହାଯାଇପାରେ କି ଜୋରିମାନା ରସିଦରେ ଜୋରିମାନାର କାରଣରେ କେତେଥର ଉଲଂଘନର ନିର୍ଦ୍ଧିଷ୍ଠ ଭାବେ ବର୍ଣ୍ଣନା କରାଯାଉନାହିଁ ଯାହା ସମସ୍ତଙ୍କୁ ସନ୍ଦେହଘେରଙ୍କୁ ଟାଣିନେଉଛି ।