ବାଣପୁର,ବାଲୁଗାଁ ଓ ଟାଙ୍ଗୀ TPCODL କର୍ମଚାରୀଙ୍କ ଆନ୍ଦୋଳନ ।

ବାଣପୁର/ବାଲୁଗାଁ/ଟାଙ୍ଗୀ,୧୯।୦୯: ଓଡିଶା ରେ CESU କୁ TATA Power ଆପଣେଇ ନେଇଥିବା ବେଳେ ଏଠାରେ ବିଭିନ୍ନ Sub-Contractor ମାନଙ୍କୁ କାମ ଦିଆଯାଇ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇ ପୁରୁଣା କର୍ମଚାରୀଙ୍କୁ ଛଟେଇର ସଡଯନ୍ତ୍ର କରି ମାନସିକ ନିର୍ଯ୍ୟାତନା ଦେଇ ଶାରରିକ ନିର୍ଯ୍ୟାତନାର ଧମକ ମାନ ଦିଆଯାଉଛି । ଏହି ବିଭାଗରେ Billing ଓ Collection କର୍ମଚାରୀ ମାନଙ୍କର Skilled Scaleରେ ଦରମା ନାହିଁ, Provident Fund ସୁବିଧା ନାହିଁ, Salary Slip ପ୍ରଦାନ ନାହିଁ, ପ୍ରତ୍ୟେକ ମାସିକ ଦରମା ନାହିଁ, କାର୍ଯ୍ୟ ସମ୍ପର୍କିତ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ହେଉନଥିବାବେଳେ ଏହି ବିଭାଗର କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କର ଏକତାକୁ ଭାଙ୍ଗିବା ପାଇଁ ଅଧିକାରୀ ମାନେ ସଡଯନ୍ତ୍ର କରି Devide & ରୁଲ ପଲିସିକୁ ଆପଣାଇ କାର୍ଯ୍ୟ ହାସଲ କରୁଛନ୍ତି ବୋଲି ଶିକାର ହେଉଥିବା କର୍ମଚାରୀ ମାନଙ୍କର ଅଭିଯୋଗ । ଏମାନେ ଦାବି କରିଛନ୍ତି କି ସେମାନଙ୍କୁ TPCODL ନିଜ ଅଧିନରେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ହେଉ, ସରକାରୀ ନିୟମରେ ବିଭିନ୍ନ Schemeର ସୁବିଧା ଉପଲବ୍ଧ ହେଉ । ଏହି ଭଳି ବିଭିନ୍ନ ଅଭିଯୋଗର ଦାବିପତ୍ରକୁ ଆଜି Billing & Collection Staff ମାନଙ୍କ ତରଫରୁ ସରକାରୀ ପ୍ରଶାସନ, ଲୋକପାଳ, ଶ୍ରମ ବିଭାଗ ପରି ବିଭିନ୍ନ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କ ଅବଗତି ପାଇଁ ଜଣାଇଛନ୍ତି । TPCODL ପ୍ରତ୍ୟକ୍ଷଭାବେ ଏହାର ସମାଧାନ ନକଲେ କିମ୍ବା ଏମାନଙ୍କୁ ଛଟେଇ କରି ନୂତନ ନିଯୁକ୍ତି କଲେ ପରବର୍ତ୍ତୀ ସମୟରେ ଏହା ଏକ ଆନ୍ଦୋଳାତ୍ମକ ରୂପ ନେବା ପାଇଁ ସମସ୍ତ ପ୍ରକାର ସଜବାଜ ଆରମ୍ଭ ହୋଇଗଲାଣି ।