ସରକାର ଶୁଣିବେ କି ବନ୍ଦନା ର ଡାକ !

ବରଗଡ,୦୭।୦୯: ବରଗଡ ଜିଲ୍ଲା ସ୍ଥିତ ପାଇକମାଲ ବ୍ଲକ ଖୁର୍ସାପାଲି ଗ୍ରାମର ସୋନୁ ବାଗଙ୍କ ୧୧ ବର୍ଷୀୟ ଝିଅ ବନ୍ଦନା ବାଗ ଗତ ଚାରିବର୍ଷ ହେଲା ମାନସିକ ବିକୃତି ଆରମ୍ଭ ହୋଇଛି ଯାହାଦ୍ୱାରା ସେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେ ଯେ ଆଶା ନେଇ ଝିଅ କୁ ପାଠ ପଢ଼ାଇ ମଣିଷ ପରି ମଣିଷ ଟିଏ ଗଢିବେ ବୋଲି ସ୍ୱପ୍ନ ଦେଖିଥିବା ସୋନୁ ଆଜି ଅସହାୟ । ସୋନୁ ବାଗ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏକ ବ୍ୟକ୍ତି ଅଟନ୍ତି ଯିଏ ପ୍ରତ୍ୟହ ମଜୁରୀ କରି ପରିବାର ପ୍ରତିପୋଷଣ କରିଥାଆନ୍ତି। ବନ୍ଦନା କୁ ମିଶାଇ ତାଙ୍କର ୪ ପୁଅଝିଅ ଅଛନ୍ତି. ବର୍ତ୍ତମାନ ତାଙ୍କର ଆର୍ଥିକ ଅବସ୍ଥା ଠିକ ନାହିଁ ଯାହାଦ୍ୱାରା ସେମାନେ ବନ୍ଦନାର ଚିକିତ୍ସା କରିବା ପାଇଁ ଅସମର୍ଥ । ବନ୍ଦନାର ଏହି ମାନସିକ ବିକୃତି ରୋଗ ଦେଖାଦେଲା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨୦୧୮ ଏକ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲା କିନ୍ତୁ ସେହି ଆଧାରରେ ତାଙ୍କୁ ଭିନ୍ନକ୍ଷମ ଭତ୍ତା ସହିତ ଅନ୍ୟାନ୍ୟ କୌଣସି ସହାୟତା ଆଜି ପର୍ଯନ୍ତ ମିଳିପାରିନାହିଁ । ଏନେଇ ପରିବାର ଲୋକେ ଅନେକ ଥର ପଞ୍ଚାୟତ ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବନ୍ଦନାର ଉଚ୍ଚତର ଚିକିତ୍ସା କରାଗଲେ ହୁଏତ ତାଙ୍କ ରୋଗ ଭଲ ହୋଇଯାଇପାରିବ କିନ୍ତୁ ଏଥିପାଇଁ ଆର୍ଥିକ ରୂପେ ଅକ୍ଷମ ସୋନୁ ବାଗଙ୍କୁ ସରକାରୀ ସ୍ତର ରେ ଚିକିତ୍ସା ସହାୟତା ଯୋଗେଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଏହାଛଡା ବର୍ତ୍ତମାନ ବନ୍ଦନା ଙ୍କୁ ଶୀଘ୍ର ଭିନ୍ନକ୍ଷମ ଭତ୍ତା ପ୍ରଦାନ,
ସହିତ ରାସନ କାର୍ଡ ଯୋଗେଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।