ବନ୍ୟାଜଳ ଦେଖିବାକୁ ଯାଇ ଭାସିଗଲେ ଶିଶୁକନ୍ୟା

ବରଗଡ଼,୨୮।୦୮:ବରଗଡ଼ରେ ଏକ ଦୁଃଖଦ ଘଟଣା ଘଟିଛି । ବରଗଡ଼ ବ୍ଲକ ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବାବେଳେ ପୋଲ ଉପରୁ ଖସି ପଡ଼ି ଶିଶୁକନ୍ୟା ଭାସି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବରଗଡ଼ ବ୍ଲକ ସର୍ଲା ନିକଟରେ ଦେଇ ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବା କୁନି ଝିଅ ପୋଲ ଉପରୁ ଖସି ପଡ଼ି ପ୍ରଖର ସ୍ରୋତରେ ଶିଶୁକନ୍ୟାଟି ଭାସି ଯାଇଛି। ଶିଶୁକନ୍ୟା ଜଣକ ସର୍ଲା ଆନ୍ଧ୍ରପଡ଼ାର ଡି. ପୋଡ୍ଡି ରାଜୁଙ୍କ ଝିଅ ଗିରିଜା ହର୍ଷିନୀ। ତାର ବୟସ ୫ ବର୍ଷ। ବରଗଡ଼ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦନ୍ତା ନଦୀରେ ଖୋଜାଖୋଜି ଜାରି ରଖିଛି।