କୁମାରଙ୍ଗ ସରପଞ୍ଚ ଦେଖାଇଲେ ନିଜ କ୍ଷମତା, ୭୨ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା : କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଦକ୍ଷେପ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ତ କୁମାରଙ୍ଗ ପଞ୍ଚାୟତ ର ସରପଞ୍ଚ ମନୋଜ କୁମାର ପ୍ରାଧାନ ନିଜ ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରି 4 ଟି ଗ୍ରାମ ଯଥା କେଶପୁର, ବୀରକେଶପୁର, କନ୍ଧଦୁଲ୍ଲଣୀ ଏବଂ ଖୁଣ୍ଟପଲ୍ଲୀ ଗ୍ରାମରେ ଆଜି ସନ୍ଧ୍ୟା ୬ଟାରୁ ୧୯ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ (୭୨ ଘଣ୍ଟା ପାଇଁ ) ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ବାଣପୁର ବ୍ଲକ କୁମାରଙ୍ଗ ପଞ୍ଚାୟତ ରେ ୨ କରୋନା ପଜେଟିଭ ଚିହ୍ନଟ ହେବାପରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ | ଏହାକୁ ସୁପରିଚାଳନ କରିବା ପାଇଁ ୧ ପ୍ଲାଟୋନ ପୁଲିସ ନିଯୋଜିତ ହୋଇଛନ୍ତି | ଏହା ସହିତ ଉକ୍ତ ଅଞ୍ଚଳର ସାନିଟାଇଜେସନ୍‌ ପାଇଁ ସରପଞ୍ଚ ନିର୍ଦ୍ଦେଶ ଦେବା ସହିତ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ନିବେଦନ କରିଛନ୍ତି |