ସୁରଟ ଫେରନ୍ତା ଙ୍କୁ ସହଯୋଗ ର ହାତ ବଢାଇଲେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ।

କରୋନା କବଳରୁ ମୁକୁଳିବା ପାଇଁ ସୁଦୁର ସୁରାଟ ର ଭେସ୍ତାନ ରୁ ସାଇକେଲ ଯୋଗେ ନିଜ ଗାଁ କୁ ଫେରିଲେ ପ୍ରବାସୀ ଓଡିଆ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତର ଡଙ୍ଗରପଡା ଗ୍ରାମର ପ୍ରମୋଦ ସାମନ୍ତରାୟ (୩୭) ଓ ପୁରୀ ଜିଲ୍ଲା କଣାସ ଅଞ୍ଚଳର ତାଙ୍କର ଚାରି ଜଣ ସାଥି ।

ନିଜ ଅଞ୍ଚଳର ପ୍ରବାସି ଓଡିଆ ଭାଇମାନେ ଫେରୁଥିବା ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଂଗଠକ ବିଶ୍ବଦୀପ ପ୍ରଧାନଙ୍କ ନେତୃତ୍ୱ ରେ ବୋଲଗଡ଼ ଠାରେ ଛାତ୍ର ନେତା ଗୌତମ ସ୍ବାଇଁ ବିଶ୍ବଜିତ ଭୁଜବଳ ପ୍ରମୁଖ ପ୍ରବାସି ଓଡିଆ ଭାଇ ମାନଙ୍କୁ ଜଳଖିଆ ଓ ଫଳ ରସ ପ୍ରଦାନ କରିଥିଲେ।  ସେଠାରୁ ସେମାନେ ଟିକାତାଳରେ ପହଞ୍ଚିବା ପରେ  ଟିକାତାଳ ବିଜୁ ଭବନ ସମ୍ମୁଖରେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ପରିଷଦ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଛାତ୍ର ସଂଗଠକ ବିଶ୍ବଦୀପ ପ୍ରଧାନ , ବିଜୁ ଯୁବ ପରିଷଦ ର ସଦସ୍ୟ ରମାକାନ୍ତ ଜଗଦ୍ଦେବ, ଆନନ୍ଦ ପଟନାୟକ,ହାଡୁବନ୍ଧୁ ନାୟକ, ମୁନା ନାୟକ ଲିଙ୍ଗରାଜ ସାମନ୍ତରାୟ ପ୍ରମୁଖ ତିନି ଦିନ ଧରି ଉପାସ ଥିବ ସୁରଟ ଫେରନ୍ତା ପ୍ରବାସୀ ଓଡିଆ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହ କଛି ମେଡିସିନ ସାନିଟାଇଜର ଓ ଫଳରସ ପ୍ରଦାନ କରିଥିଲେ ।ସେଠାରେ କିଛି ସମୟ ଥକା ମାରିବା ପରେ ପ୍ରମୋଦ ଓ ତାଙ୍କ ସାଥୀମାନେ ସାଇକେଲ ରେ ଦେଉଳି ପଞ୍ଚାୟତ ଅଫିସ୍ ଠାରେ ପହଞ୍ଚିବା ପରେ ଦେଉଳି ସରପଞ୍ଚ ନିରୁପମା ସାମଲ ଓ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଡଙ୍ଗରପଡା ସ୍କୁଲ୍ ରେ  ହୋଇଥିବା ସଙ୍ଗରୋଧ କେନ୍ଦ୍ର କୁ ପ୍ରମୋଦ ଙ୍କୁ  ପଠାଇବା ପରେ ବାକି ଚାରି ଜଣ ଙ୍କୁ କିଛି ସୁଖିଲା ଖାଦ୍ୟ ଓ ଫଳରସ ପ୍ରଦାନ କରିଥିଲେ। ପ୍ରମୋଦ  ସେଠାରେ ରହିବା ପରେ ତାଙ୍କର ଚାରିଜଣ ସାଥି କଣାସ ଅଭିମୁଖେ ଯାତ୍ରା କରିଥିଲେ।