ବେକରେ ପଶିଯାଇଥିଲା ଲୁହା ରଡ଼ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲା ୪ ବର୍ଷର ଶିଶୁ

ବ୍ରହ୍ମପୁର,୦୨/୦୮ (ସୌରଭ ମୁଦୁଲି): ୪ ବର୍ଷର ଶିଶୁ ବେକରେ ପଶିଯାଇଥିଲା ଲୁହା ରଡ୍ । କେଶପୁର ନିକଟସ୍ଥ ଯଜ୍ଞସିନୀ ଗୌଡ ନାମକ ଜଣେ ମହିଳାଙ୍କ ୪ ବର୍ଷର ଶିଶୁ ଖେଳୁଥିବା ସମୟରେ ଲୁହାରଡ ପଶିଯାଇଥିବା ଜଣାପଡିଛି । ଏମ୍‌କେସିଜିରେ ତୁରନ୍ତ ଶିଶୁର ଅସ୍ତ୍ରୋପଚାର କରାଯାଇ ବେକରୁ ଲୁହା ରଡ୍ ବାହାର କରିଦିଆଯାଇଛି । ଅପରେସନ୍ ପରେ ନୂଆ ଜୀବନ ପାଇଲା ଶିଶୁ ।