କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୧୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୧୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବିଡିଓ କର୍ଣ୍ଣଦେବ ସମ୍ମାଦାର ସୂଚନା ଦେଇଛନ୍ତି।

ଏତେ ସଂଖ୍ୟକ କର୍ମଚାରୀଙ୍କୁ କରୋନା ପରେ ବ୍ଲକ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବିଡିଓ କହିଛନ୍ତି ଆଜି ୨୪ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭ ଜଣ ବ୍ଲକ୍‌ କର୍ମଚାରୀ। କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଅଫିସ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ୨-୩ ଦିନ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ସମସ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍‌ ରହିବାକୁ ପରାମର୍ଶ ଦିଆଯାଇଛି।