ବାଣପୁରରେ କରୋନା ଲୋକାଲ କେସ ସଂକ୍ରମିତ ହେବାରେ ବ୍ୟସ୍ତ । କିଛି ଦିନ ଧରି ବାଣପୁର ଏନଏସି ଓ ଏହାର ଆଖ ପାଖ ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଥିଲା । ସଦ୍ୟ ରିପୋର୍ଟ ଅନୁସାରେ ଅଧିକ ସଂକ୍ରମଣକୁ ବିଚାରକୁ ନେଇ ପୁଣି ଗୋବିନ୍ଦ ପାତ୍ରଙ୍କ ଘର ଠାରୁ Boys ହାଇ ସ୍କୁଲ ପର୍ଯ୍ୟନ୍ତ ୨୫.୦୭.୨୦୨୦ ସକାଳ ୭.୦୦ ଠାରୁ ମଙ୍ଗଳବାର ୨୮.୦୭.୨୦୨୦ ସକାଳ ୭.୦୦ ପର୍ଯ୍ୟନ୍ତ ଏବ॰ ବାଣପୁର ଥାନା ଛକ ଠାରୁ ତଳସାହି ଡାକଘର ପଛ ପଟ ପର୍ଯ୍ୟନ୍ତ ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉକ୍ତ ଜୋନରେ ସମସ୍ତ ବାସିନ୍ଦାଙ୍କ ଅବଶ୍ୟକ ସୁବିଧା ପାଇଁ ବ୍ୟବସ୍ଥା କରି ବିଭିନ୍ନ ଦାଇତ୍ଵ ରେ ନୋଡାଲ ଅଫିସର ମାନଙ୍କୁ ନିୟୋଜିତ କରିଛନ୍ତି । ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳରେ ବାସିନ୍ଦାଙ୍କର ଚଳ ପ୍ରଚଳ ପ୍ରତି କଟକଣା ଲଗାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନ ଘୋଷଣା କରିଦେଇ ଜିଲ୍ଲାପାଳ ଏହି ନିର୍ଦେଷକୁ କେବଳ କାଗଜ କଲମରେ ସୀମିତ ରଖୁଛନ୍ତି । ଏହା ପଛରେ ଥିବା କୌଣସି ଉଦେଶ୍ଵକୁ କାର୍ଯ୍ୟକାରି କରାଯାଉ ନାହିଁ କିମ୍ବା କରାଯିବାର ଯୋଜନା କରାଯାଉ ନାହିଁ । କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳରେ କୌଣସି ପ୍ରକାରର ଉପଯୁକ୍ତ ସର୍ବେକ୍ଷଣ କରାଯାଉ ନାହିଁ କିମ୍ବା ନିତ୍ୟ ଦରକାରୀ ଅତି ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉ ନାହିଁ । ଏଣୁ ଏହା ଫଳପ୍ରଦ ହେଉ ନାହିଁ ।
ପ୍ରକାଶ ଥାଉ କି ବାଣପୁର ବ୍ଲକ ତୋରସିଂହ ଗ୍ରାମ ପଞ୍ଚାୟତର ନଛିପୁର ଗ୍ରାମର ଜଣେ ଦୋକାନୀ କରୋନା ଆକ୍ରାନ୍ତ ହେବା ପରେ ପଞ୍ଚାୟତ ଉକ୍ତ ଗ୍ରାମକୁ ୨୪.୭.୨୦୨୦ ଅପରାହ୍ନ ୩ଟାରୁ ୩୧.୦୭.୨୦୨୦ ଅପରାହ୍ନ ୩ଟା ଯାଏଁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ଓ ସମ୍ପୂର୍ଣ ଗ୍ରାମ କୁ ବିଶୋଧନ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
ସେହିପରି ଆୟତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୋଟା ଗ୍ରାମର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ଆଗାମୀ ଦିନରେ ସଂକ୍ରମଣର ଭୟାବହତାକୁ ରୋକିବା ପାଇଁ ଏହି ଗାଁରେ ୨୫.୦୭.୨୦୨୦ ସକାଳ ୬ଟାରୁ ୨୮.୦୭.୨୦୨୦ ସକାଳ ୬ଟା ପର୍ଯ୍ୟନ୍ତ ତୋଟା ଏବଂ ଭରତପୁର ଗ୍ରାମକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି।
ସେହିପରି କୁମାରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚମ୍ପାଦେଇପୁର ଗ୍ରାମର ୨ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାରୁ ଆଗାମୀ ଦିନରେ ସଂକ୍ରମଣର ଭୟାବହତାକୁ ରୋକିବା ପାଇଁ ଏହି ଗାଁରେ ୨୪.୦୭.୨୦୨୦ ମଧ୍ୟାନ ୧୨ ଟାରୁ ୨୭.୦୭.୨୦୨୦ ତାରିଖ ସକାଳ ୧୨ ଟା ପର୍ଯ୍ୟନ୍ତ ଚମ୍ପାଦେଇପୁର, ଚମ୍ପାଦେଇପୁର ହରିଜନ ସାହି ଏବଂ ପୁଞ୍ଜିଆମା ଶାସନ ଗ୍ରାମକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି।
କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବାଣପୁର ଥାନା, ଗମ୍ଭରିମୁଣ୍ଡା ବିଟ ହାଉସ ଓ ନାଚୁଣୀ ଫାଣ୍ଡିକୁ ସର୍ବସାଧାରଣଙ୍କ ଚଳ ପ୍ରଚଳ ଉପରେ ରୋକ ଲଗାଯାଇଛି । ସର୍ବ ସାଧାରଣ ମାନେ ଜରୁରୀ ପରିସ୍ଥିତିରେ ପୁଲିସର ସହାୟତା ପାଇଁ ଆସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ କେତେକ କ୍ଷେତ୍ରରେ ବିକଳ୍ପ ଭାବେ ସାଧାରଣଙ୍କୁ ସେବା ଯୋଗାଇବା ପାଇଁ ଅଧିକାରୀ ମାନେ ବିକଳ୍ପ ଚିନ୍ତାକୁ ପ୍ରାଧାନ୍ୟ ଦେଉଛନ୍ତି ।