ବାଣପୁର ୨୧/୦୭ : ବାଣପୁର ରେ କରୋନା ଲୋକାଲ କେସ ରେ ବ୍ରେକ ଲାଗୁନି । କିଛି ଦିନ ତଳେ ବାଣପୁରର ୧୦ ନମ୍ବର ୱାର୍ଡ ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଥିଲା । ଗତ କାଲି ୯ ନମ୍ବର ୱାର୍ଡରେ ଗୋଟିଏ ପରିବାରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଉକ୍ତ ୱାର୍ଡ ର ସାଜିଦ ଚିକେନ ସେଣ୍ଟର ଠାରୁ ସାଇ ମନ୍ଦିର ପର୍ଯ୍ୟନ୍ତ (୨୧ତାରିଖ ସନ୍ଧ୍ୟା ୭ ଘଟିକାରୁ ୨୪ ତାରିଖ ସନ୍ଧ୍ୟା ୭ ଘଟିକା) ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉକ୍ତ ଜୋନରେ ସମସ୍ତ ବାସିନ୍ଦାଙ୍କ ଅବଶ୍ୟକ ସୁବିଧା ପାଇଁ ବ୍ୟବସ୍ଥା କରି ବିଭିନ୍ନ ଦାଇତ୍ଵ ରେ ନୋଡାଲ ଅଫିସର ମାନଙ୍କୁ ନିୟୋଜିତ କରିଛନ୍ତି । ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳରେ ବାସିନ୍ଦାଙ୍କର ଚଳ ପ୍ରଚଳ ପ୍ରତି କଟକଣା ଲଗାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ କି ୱାର୍ଡ ନମ୍ବର ୨ ରେ ଥିବା ବାଣପୁର ସବ ଜେଲ ରୁ ମଧ୍ୟ ୫ ଜଣ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।