ବାଣପୁରରେ କରୋନା ରାକ୍ଷସ ର ଆତଙ୍କ ଆଜି ପୁଣି 2 ଲୋକାଲ କେସ ଚିହ୍ନଟ।

ବାଣପୁର ୨୦/୦୭ : ନିକଟରେ ଭଗବତୀ ସାହି ରେ ତିନୋଟି ଲୋକାଲ କେସ ବାହାରି ଭୟର ବାତାବରଣ ଆଣିଥିବାରେ ପ୍ରଶାସନ କଣ୍ଟେନମେଣ୍ଟ ଜୋନ କରି ବିଶୋଧନ କରିଛନ୍ତି । ଆଜି ପୁଣି ବାଣପୁର ବିଜ୍ଞାଂପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ୯ ରୁ ୨ ଜଣ ଗୋଟିଏ ପରିବାରର ଥିବା ଜଣା ପଡିଛି । ଏହାଦ୍ଵାରା ଗୋଷ୍ଠୀ ସଂକ୍ରମଣ ର ସନ୍ଦେହ କୁ ଏଡାଇ ଦିଆ ଯାଇନପାରେ । ଏଠି ସହିତ ସର୍ବ ସାଧାରଣ କୁ ବାର୍ତ୍ତା : ସଜାଗ ଓ ସଚେତନ ହିଁ କରୋନା କୁ ହରାଏ । ଏଣୁ ନିଜେ ସଚେତନ ରୁହନ୍ତୁ ଓ ଅନ୍ୟକୁ ସଚେତନ କରନ୍ତୁ ଏବଂ ପ୍ରଶାସନ କୁ ସହାୟତା କରନ୍ତୁ ।