ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ଗାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ।

ବାଣପୁର ୧୮/୦୭ : ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୂର ବ୍ଲକ ଅଧିନସ୍ଥ ଗାଲୁଆ ଗ୍ରାମ ପଞ୍ଚାୟତର ଭୀମପୁର ଗ୍ରାମ ର ବାଘୁଆପଦର ସାହି ର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଆଗାମୀ ଦିନରେ ସଂକ୍ରମଣ ଭଯାବହ କୁ ରୋକିବା ନିମନ୍ତେ ସରପଞ୍ଚ ରୋଜାଲିନ ସାମନ୍ତରାୟ ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରି ଆଜି ଶନିବାର ୧୮।୦୭।୨୦ ଦିବା ୧୨ ଟାରୁ ଆସନ୍ତା ୨୪।୦୭।୨୦ ତାରିଖ ରାତ୍ର ୧୨ ଟା ପର୍ଯ୍ୟନ୍ତ (୭ ଦିନ ପାଇଁ ) କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହା ସହିତ ଉକ୍ତ ଅଞ୍ଚଳର ବିଶୋଧନ‌ ପାଇଁ ସରପଞ୍ଚ ନିର୍ଦ୍ଦେଶ ଦେବା ସହିତ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ନିବେଦନ କରିଛନ୍ତି |