ବାଣପୁର ମେନରୋଡ ର ଶାଳିଆ ଶଙ୍ଖ ଶିକାର ଅପେକ୍ଷାରେ

ବାଣପୁର ୨୭/୦୬: ଐତିହାସିକ ଶାଳିଆ ନଦୀ ଉପରେ ଥିବା ଶଙ୍ଖ ରକ୍ଷଣାବେକ୍ଷଣ ଅଭାବରୁ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରେ ସମାଜକୁ ବିପଦ ବରଣ କରୁଛି । ଏହି ଶଙ୍ଖ ଟି ବାଣପୁର କଲେଜ ଛକଠାରୁ ଶାଳିଆ ଡ୍ୟାମ ଦେଇ ଗଞ୍ଜାମ ଜିଲ୍ଲା କୁ ଏକ ମାତ୍ର ରାସ୍ତା । ଗୋବିନ୍ଦପୁର ଛକ ନିକଟସ୍ଥ ବିଦେଶୀ ମଦ ଦୋକାନ ଠାରେ ଶାଳିଆ ନଦୀ ଉପରେ ଥିବା ଶଙ୍ଖ ଟି ବହୁ ପୁରାତନ ହୋଇଥିବାରୁ ମଜବୁତ ର ସତ୍ତା ହରାଇ ସାରିଲାଣି । ଏହି ଶଙ୍ଖ ଦେଇ ଦୈନିକ ଶହ ଶହ ସଂଖ୍ୟା ର ଟ୍ରକ,ବସ ଓ ଭାରିଯାନ ସହିତ ହଜାର ହଜାର ଆଞ୍ଚଳିକ ଓ ଆନ୍ତଃଜିଲ୍ଲା ଅଧିବାସୀ ଙ୍କ ଯିବା ଆସିବା ଓ ଜୀବନ ଜୀବିକା ର ମୁଖ୍ୟ ରାସ୍ତା । ଏହି ଶଙ୍ଖ ର ଦୁଇ ପାର୍ଶ୍ବବତୀ ବାସିନ୍ଦା ଙ୍କର ଜବର ଦଖଲ ରେ ସତେ ଯେମିତି ଶଙ୍ଖ ଟି ଅଣ ନିଶ୍ଵାସ ହୋଇଯାଇଛି । ବାଣପୁର ଏନଏସି ଓ କୁମାରଙ୍ଗ ପଞ୍ଚାୟତ ମଝି ବାଦରେ ଥିବା ରୁ ଉଭୟଙ୍କର ଅବହେଳାର ଶିକାର ହେଉଛି । ଶଙ୍ଖ ଟିର ତଳ ପାର୍ଶ୍ବରୁ ଭାଙ୍ଗି ଲୁହା ଛଡ ଦେଖା ଗଲାଣି, ଆଗକୁ ବର୍ଷା ଦିନ ଆସୁଥିବାରୁ ଯଦି ବଡ ବର୍ଷା ହୋଇଯାଏ ତେବେ ଶଙ୍ଖ ପ୍ରତି ବିପଦ ସୃଷ୍ଟି କରିପାରେ । ବହୁଦିନ ଧରି ଏହି ଶଙ୍ଖର ପୁନଃ ନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି କର୍ତ୍ତୁପକ୍ଷ କର୍ଣ୍ଣପାତ କରୁ ନାହାନ୍ତି , ବୋଧହୁଏ କିଛି ଗୋଟିଏ ବଡ ଅଘଟଣ ର ଅପେକ୍ଷା କରାଯାଇଛି । ବର୍ତ୍ତମାନ ସର୍ବସାଧାରଣ ଅତିଷ୍ଠ ହୋଇ ସାରିଲେଣି , ତେଣୁ ଫଳ ସ୍ୱରୂପ ଏହା କୌଣସି ମୂହୁର୍ତ୍ତ ରେ ଏକ ଆନ୍ଦୋଳନ ର ରୂପ ନେଇ ପାରେ । ଲୋକ ଗୁଜବ ରୁ ଏହା ଶୁଣିବାକୁ ମିଳୁଛି ଶାଳିଆ ନଦୀ ଶଙ୍ଖ ଶିକାର ଅପେକ୍ଷାରେ ଜଗି ବସିଛି । ପ୍ରକାଶ ଥାଉକି ଏହି ରାସ୍ତା ଦେଇ ଦୈନିକ ଗୋଦାବରୀଶ ବିଦ୍ୟାପୀଠ ଓ ଗୋଦାବରୀଶ ମହାବିଦ୍ୟାଳୟ କୁ ହଜାର ହଜାର ଛାତ୍ର ଛାତ୍ରୀ ପଢିବା ପାଈଁ ଯିବା ଆସିବା କରନ୍ତି ।