୩ କୋରୋନା ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ

ଗଞ୍ଜାମ୨୭/୬ : ଗଞ୍ଜାମ ଜିଲ୍ଲା ଧରାକୋଟର ଜାହାଡାରେ ୩ ଜଣଙ୍କର ନୁହେଁ, ବରଂ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିଲେ ଜାହାଡ଼ା ସରପଞ୍ଚ । ତେବେ ସାରା ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ଆଜି ମୃତ୍ୟୁ ଘଟିଛି । ଉପାଧ୍ୟକ୍ଷଙ୍କ ନାଁ ଭଗବାନ ସ୍ୱାଇଁ ହୋଇଥିବା ବେଳେ ସେ ଗତ କିଛି ଦିନ ହେବ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଜାହାଡ଼ା ପଞ୍ଚାୟତରେ କରୋନା ଦିନକୁ ଦିନ ବେକାବୁ ହେବା ସହ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଜାହାଡ଼ା ପଞ୍ଚାୟତକୁ ଆଜିଠାରୁ ୬ ଦିନ ପାଇଁ ଶଟଡାଉନ୍‌ ଘୋଷଣା କଲେ ସରପଞ୍ଚ। ଏହି କଟକଣା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କରୋନାରେ ୩ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରି କହିଛନ୍ତି।