ଖୋଲିଲା ମାର୍କେଟ୍‌ ବିଲ୍‌ଡିଂ:ଗତ କାଲି ଅଳ୍ପ, ଆଜିଠୁ ସବୁ ଦୋକାନ

ଭୁବନେଶ୍ବର ୧୭/୦୬ : ରଜ ବଜାର ପାଇଁ ମାର୍କେଟ୍‌ ବିଲଡିଂ ଖଚାଖଚ୍ ଭିଡ଼ ଥିବା ବେଳେ ଜୁନ୍‌ ୧୩ ତାରିଖ ଅପରାହ୍‌ଣରେ ବିଏମ୍‌ସି ୟୁନିଟ୍‌-୨ସ୍ଥିତ ମାର୍କେଟ୍‌ ବିଲ୍‌ଡିଂ ସିଲ୍‌ କରିଥିଲା। ଦୋକାନରେ ସାମାଜିକ ଦୂରତା ନ ଥିବାରୁ ଏବଂ ଲୋକ ବିନା ମାସ୍କରେ ବୁଲୁଥିବାରୁ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି କମିସନର ଅଂଶୁମାନ ରଥ ମାର୍କେଟ୍‌ ବିଲ୍‌ଡିଂ ସିଲ୍‌ କରିଥିଲେ। ଏହାପରେ ଦୁଇଦିନ ସଟ୍‌ଡାଉନ୍‌ ରହିବାରୁ ସବୁ ଦୋକାନ ବଜାର ବନ୍ଦ ରହିଥିଲା। କିନ୍ତୁ ବ୍ୟବୟସାୟୀମାନେ ଏସ୍‌ଓପି ମାନିବେ ବୋଲି ଅଣ୍ଡରଟେକିଂ ଦେବା ପରେ ଗତ କାଲିଠାରୁ ମାର୍କେଟ୍‌ ବିଲ୍‌ଡିଂ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି।

୧୬/୦୬ ମଧ୍ୟାହ୍ନ ୧୨ଟା ପରେ ଦୋକାନ ଖୋଲିବାକୁ ଅନୁମତି ଦେବାରୁ ଅଳ୍ପ କିଛି ଦୋକାନ ଖୋଲିଥିଲା। ହେଲେ ଆଜି ଠାରୁ ସବୁ ଦୋକାନ ଖୋଲିବ ବୋଲି ସେଣ୍ଟ୍ରାଲ ମା‌ର୍କେଟ୍‌ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ମାର୍କେଟ୍‌ ବିଲ୍‌ଡିଂ ସିଲ୍‌ ହେବା ପରେ ସେଠାକର ‌ଦୁଇଟି ଆସୋସିଏସନ୍‌ ସୋମବାର କମିସନରଙ୍କ ସହ ଆଲୋଚନା କରିଥିଲେ। କିପରି ସେମାନେ ବିଏମ୍‌ସି ଏସ୍‌ଓପି ମାନିବେ, ଗ୍ରାହକଙ୍କୁ କିପରି ସାମାଜିକ ଦୂରତା ରକ୍ଷା କରିବାକୁ କହିବେ, ହାତ ଧୋଇବେ ଓ ସାନିଟାଇଜର୍‌ ରଖିବେ, ବିନା ମାସ୍କ‌ରେ ଆସିଥିବା ଲୋକଙ୍କୁ ଦୋକାନକୁ ପୂରାଇବେନି ସେନେଇ କୁହାଯାଇଥିଲା। ଏହାସହ ସାମାଜିକ ଦୂରତା ନରହିଲେ, ବିଏମ୍‌ସି ଦୋକାନ ସିଲ୍‌ କରିପାରିବ ବୋଲି ଅଣ୍ଡରଟେକିଂ ଦେବାକୁ କୁହାଯାଇଥିଲା।