ଖୋର୍ଦ୍ଧାରେ କରୋନା କଟକଣା: ସକାଳ ୬ରୁ ଅପରାହ୍ନ ୨ଟା ଖୋଲିବ ଦୋକାନ

ଭୁବନେଶ୍ଵର : ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏବେ ସୁଦ୍ଧା ୩୬୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ଶୀତାଂଶୁ ରାଉତ କଟକଣା ଲାଗୁ କରିଛନ୍ତି। ଏହି କଟକଣା ଜୁନ୍ ୩୦ ଯାଏଁ ବଳବତ୍ତର ରହିବ। ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ଦୋକାନ ଖୋଲିବ। ଅପରାହ୍ନ ୨ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଔଷଧ ଓ ପେଟ୍ରୋଲ ପମ୍ପକୁ ଛାଡିଦେଲେ ଅନ୍ୟ ସବୁ ଦୋକାନ ଓ ବଜାର ବନ୍ଦ ରହିବ। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ କେବଳ ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ କଟକଣା ଲାଗୁ ହେବ। ଭୁବନେଶ୍ୱର ମହାନଗର ନିଗମକୁ ଏଥିରୁ ବାଦ ଦିଆଯାଇଛି।