ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳା ପ୍ରୟୋଗ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

ଢେଙ୍କାନାଳ, ତା ୦୫.୦୯.୨୦୨୩, ଚଳିତ ମାସ ୧୫ ରୁ ୩୦ ତାରିଖ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ତୃଣମୂଳ ସ୍ତରରେ ଅବଗତ କରାଇବା ପାଇଁ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଗତକାଲି ଆରମ୍ଭ ହୋଇଥିବା ଏକ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ, ଜନସାଧାରଣଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଯୋଗାଇଦିଆଯାଉଥିବା ବିଭିନ୍ନ ସୁବିଧା-ସୁଯୋଗ ସମ୍ପର୍କରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଠିକ ଭାବେ ଜଣାଇବାକୁ କଳାକାରମାନଙ୍କୁ କହିଛନ୍ତି । ଏହା ଜିଲ୍ଲା ତଥା ରାଜ୍ୟର ସାମଗ୍ରିକ ବିକାଶ କ୍ଷେତ୍ରରେ ଅଧିକ ସହାୟକ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

କଲ୍ୟାଣ ଯୋଜନା, ମଧୁବାବୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧ୍ୟାକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ କଳା ସଂସ୍କୃତି ମାଧ୍ୟମରେ ସଚେତନ କରାଇ ଜନସାଧାରଣଙ୍କର ଜୀବନ ଯାପନ ଶୈଳୀରେ କିପରି ଉନ୍ନତି ଅଣାଯାଇପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଶିବିରରେ ବିଜୁ ସ୍ଵାସ୍ଥ୍ୟ ପେନସନ ଯୋଜନା, ମମତା ଯୋଜନା, ମିଶନ ଶକ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, କ୍ରୀଡା, ହାଇ ସ୍କୁଲ ରୂପାନ୍ତରୀକରଣ ଭଳି ୧୦ ପ୍ରମୁଖ କାର୍ଯ୍ୟକ୍ରମ ସମେତ ଆମ ଓଡିଶା ନବୀନ ଓଡିଶା ଯୋଜନାର ରୂପରେଖ, କାର୍ଯ୍ୟକାରିତା ଓ ଏହାର ଉପାଦେୟତା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ବି.ଡି.ଓ. ମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ସମସ୍ତ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ଏବଂ କଳାକାରମାନଙ୍କୁ ବୁଝାଇ ଅବଗତ କରାଇଥିଲେ ।
ଜିଲ୍ଲା ସଂସ୍କୃତି ଅଧୁକାରୀ ଶ୍ରୀ ସନ୍ତୋଷ କୁମାର ଶତପଥୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳା ଦ୍ବାରା ପରିବେଷଣ ହେବାକୁ ଥିବା ସଚେତନତା କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମକୁ ଜିଲ୍ଲା ଶ୍ରୀ ଅବନୀ କୁମାର ମିଶ୍ର ସଂଯୋଜନା କରିଥିଲେ ।