ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ପରିଚାଳନା କମିଟି ବୈଠକ ଆଜି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ କମିଟି ର ଅଧ୍ୟକ୍ଷ ସ୍ୱୟମ୍ଭୁନାଥ ଖଣ୍ଡଗିରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ କମିଟି ର ସମ୍ପାଦକ ତଥା ମହାବିଦ୍ୟାଳୟ ର ଅଧକ୍ଷ ସୁଦାମ ଚରଣ ସାହୁ ବୈଠକର ଉଦ୍ଦେଶ୍ୟ,ମହାବିଦ୍ୟାୟର ବିଭିନ୍ନ ସମସ୍ୟା ବିଷୟରେ ବୈଠକରେ ଉପସ୍ଥାପନ କରିଥିଲେ । କମିଟି ର ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିରୀ , ମହାବିଦ୍ୟାଳୟକୁ ମିଳିଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଅନୁଦାନ ବିଷୟରେ ବୈଠକରେ ଆଲୋଚନା କରିବା ସହ ଏହି ସ୍ଵତନ୍ତ୍ର ଅନୁଦାନ ରୁ ମହାବିଦ୍ୟାଳୟ ରେ ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ ବିଭାଗ ପାଇଁ ୪ ଗୋଟି ସ୍ମାର୍ଟ ଶ୍ରେଣୀ ଗୃହ, ୨ ଗୋଟି ବିଜ୍ଞାନ ଲବୋରୋଟରି, ୪ ଗୋଟି ଶୌଚାଳୟ ଦୁଇଗୋଟି ଇ – ଲାଇବ୍ରେରି ଏବଂ ୨ ଗୋଟି ପାନୀୟ ଜଳର ବ୍ୟବସ୍ଥା ଗ୍ରହଣ ପାଇଁ ପ୍ରକାଶ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକୁ ପରିଚାଳନା କମିଟି ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସମାପ୍ତ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ପରିଚାଳନା କମିଟି ର ସମସ୍ତ ସଦସ୍ୟ ଶ୍ରେଣୀ ଗୃହ ଗୁଡ଼ିକୁ ପରିଦର୍ଶନ କରିଥିବାବେଳେ ମହାବିଦ୍ୟାଳୟରେ ଗଣିତ ଅଧ୍ୟାପକ ଅଭାବ ଥିବାରୁ, ଗଣିତ ଅଧ୍ୟାପକ ନିଯୁକ୍ତି ନିମନ୍ତେ ଆବଶ୍ୟକ ପଦକ୍ଷପ ନେବାକୁ ଅଧ୍ୟକ୍ଷ ଙ୍କୁ ଦାୟୀତ୍ୱ ଦିଆଯାଇଥିଲା। ଏହି ବୈଠକରେ ପରିଚାଳନା କମିଟି ଅଧ୍ୟକ୍ଷ ସ୍ୱୟମ୍ଭୁନାଥ ଖଣ୍ଡଗିରୀ, ସମ୍ପାଦକ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦାମ ଚରଣ ସାହୁ,ଅଧ୍ୟାପିକା ଗୀତାଞ୍ଜଳୀ ପୂଜାହାରୀ,ଅଧ୍ୟାପକ ଡ. ହିମାଂଶୁ ଶେଖର ପାଢ଼ୀ,ରାଧାକାନ୍ତ ବାଘ,ଶୟଦ୍ ମୂଜାଫର ଅଲି,ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ମୌଷୁମୀ ମେର୍ଲି ,ନିଳୀମା ପଣ୍ଡା ଓ ଜଗଦୀଶ ସହୁ ପ୍ରମୁଖ ଉପସ୍ଥିତ ଥିଲେ l