ଅବହେଳିତ ଅବସ୍ଥାରେ ହିନ୍ଦୋଳର ଅଧିଷ୍ଠାତ୍ରୀ ଦେବୀ ମା ରଙ୍କେଇଙ୍କ ମନ୍ଦିର।

ହିନ୍ଦୋଳ :(ସନାତନ ନାଥ )ହିନ୍ଦୋଳ ଏକ ପୁରାତନ ଗଡ଼ଜାତ ଅଞ୍ଚଳ ହୋଇଥିବା ବେଳେ ଆବାହମାନ କାଳରୁ ହିନ୍ଦୋଳର ଅଧିଷ୍ଠାତ୍ରୀ ଦେବୀ ମା ରଙ୍କେଇଙ୍କ ଖ୍ୟାତି ସବୁଆଡେ ବ୍ୟାପ୍ତ।ଘନ ବଣ ଜଙ୍ଗଲ ଘେରା ସୁନ୍ଦର ପରିବେଶ ମଧ୍ୟରେ ଶୋଭା ପାଉଛି ମା ଙ୍କ ପୀଠ।କୁହଯାଏ କୁଆଡେ ଅଞ୍ଚଳ ବାସୀ ବିପଦରେ ଡାକିଲେ ମା ପ୍ରତ୍ୟକ୍ଷ ଭାବେ “ଓ” କରନ୍ତି।ଆଖପାଖ ଅଞ୍ଚଳ ଏପରିକି ସାରା ରାଜ୍ୟରେ ମାଙ୍କ ଶ୍ରଦ୍ଧାଳୁଙ୍କ ସଂଖ୍ଯା କିଛି କମ ନୂହେଁ।ମାତ୍ର ଏହି ପୁରାତନ ମନ୍ଦିରଟି ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଯୋଗୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହୋଇଛି।ମୁଖ୍ୟ ରାସ୍ତା ଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାଟି ସମ୍ପୂର୍ଣ୍ଣ ଅଣଓସାରିଆ ଏବଂ ବିପଦ ସଙ୍କୁଳ ଅବସ୍ଥାରେ ଅଛି।ରାସ୍ତାର ପାର୍ଶ୍ଵରେ ପ୍ରାୟ ୩୦ ଫୁଟ ଗଭୀର ଖାଲ ଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର ବ୍ୟାରିକେଡର ବ୍ୟବସ୍ଥା ମଧ୍ୟ ହୋଇପାରିନାହିଁ।ସେହିଭଳି ମନ୍ଦିର ପରିସରଟି ନଟିଘାଟ ପୂର୍ଣ୍ଣ ଅଞ୍ଚଳରେ ପରିଣତ ହୋଇଥିବା ବେଳେ ସୌନ୍ଦର୍ଯ୍ୟକରଣ ବାଟବଣା ହୋଇଥିବାର ଦେଖିବାକୁ ମିଳିଛି।ସବୁଠାରୁ ବଡକଥା ହେଲା ଅଇତିହାସିକ ଗୁରୁତ୍ଵ ବହନ କରୁଥିବା ଏହି ମନ୍ଦିରଟି ହିନ୍ଦୋଳ ଦେବୋତ୍ତର ବିଭାଗ ଅଧୀନରେ ଥିବାବେଳେ ଏହା ପ୍ରତି ହେଉଥିବା ପ୍ରାଶାସନିକ ଉଦାସୀନତା ସମସ୍ତ ଅଞ୍ଚଳବାସୀଙ୍କୁ ନିରାଶ କରିଛି।ହିନ୍ଦୋଳ NAC କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏହି ମନ୍ଦିରର ଉନ୍ନତିକରଣ କାହାରି ଦୃଷ୍ଟିରେ ଆସୁନାହିଁ।ତେବେ ସରକାରୀ ଅନୁଦାନ ପାଇଲେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିରଟି ହିନ୍ଦୋଳ ଅଞ୍ଚଳର ଏକ ପ୍ରସିଦ୍ଧ ଦର୍ଶନସ୍ଥଳ ହୋଇପାରନ୍ତା ବୋଲି ଜନସାଧାରଣ ନିଜର ମତ ରଖିଛନ୍ତି।ଉଭୟ ଦେବୋତ୍ତର ବିଭାଗ ଏବଂ ହିନ୍ଦୋଳ NAC କର୍ତ୍ତୃପକ୍ଷ କେବେ ଏହାର ଉନ୍ନତିକରଣ ଉପରେ ନଜର ଦେବେ ତାହା ଦେଖିବାକୁ ବାକି ରହିଲା।