ମଧୁ ବାବୁ ଜୟନ୍ତୀ ସମାରୋହ ଓ ସାଲେପୁର ମହୋତ୍ସବ ଉଦ୍ ଯାପିତ ।


ସାଲେପୁର,( ରଘୁନାଥ ପାତ୍ର ): ସାଲେପୁର ବଜାର ପଡିଆ ରେ ଉତ୍କଳ ଗୌରବ ମଧୁ ବାବୁ ଜୟନ୍ତୀ କମିଟି ପକ୍ଷରୁ ତିନି ଦିନ ବ୍ୟାପୀ ଆୟୋଜିତ ମଧୁ ବାବୁ ଜୟନ୍ତୀ ସମାରୋହ ଓ ସାଲେପୁର ମହୋତ୍ସବ ଆଜି ରାତ୍ରରେ ଉଦ୍ ଯା ପିତ ହୋଇଯାଇଛି।ମଧୁ ବାବୁ ଜୟନ୍ତୀ କମିଟି ସଭାପତି ତଥା ସାଲେପୁର ର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଙ୍କ ପୌରହିତ୍ୟ ରେ ଉଦ୍ ଯା ପ ନି ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ମଧୁ ବାବୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ଏଥିସହ ମୋ ମାନରେ ମୁଁ ମଧୁ ବାବୁ ଓ ଖାର ବେକ ଙ୍କ ଦାୟଦ ଓ ମୁଁ ପ୍ରଭୁ ଜଗନ୍ନାଥ ଙ୍କ ଭକ୍ତ ବୋଲି କହିଥିଲେ।ମୋ ମନରେ ଅଖଣ୍ଡ ବିଶ୍ୱାସ ଅଛି ଏ ଜାତି ଦିନେ ନା ଦିନେ ମଧୁ ବାବୁଙ୍କୁ ବିଶ୍ଵର ସବୁଠୁଁ ବଡ଼ ବାକ୍ୟ ମ୍ୱିତ କରିବ ବୋଲି ଏଥିରେ ସନ୍ଦେହ ନାହିଁ।ପବିତ୍ର ଶତାବ୍ଦୀ ରେ କରିବ ।ମଧୁ ବାବୁଙ୍କ ଆଦର୍ଶରେ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ଭାବେ ପ୍ରଫେସର ହରି ହର କାନୁନଗୋ ଯୋଗ ଦେଇ ମଧୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ଜୟନ୍ତୀ କମିଟି ପକ୍ଷରୁ ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରଧାନ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାମାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସଭା ମଞ୍ଚରେ ଜୟନ୍ତୀ କମିଟି ସମ୍ପାଦକ ଅଶ୍ଵିନୀ ଦାସ,ଉପ ସଭାପତି ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ରାତ୍ରରେ ରାଜ୍ୟର ନାମୀଦାମୀ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଞ୍ଚାୟତ ଶୋଭା ଯାତ୍ରା ଓ ଆତସବାଜି ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ ଜୟନ୍ତୀ କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ।