ମା ଙ୍କ ସୃତିରେ ଜଳଛତ୍ର |

ଭଦ୍ରକ -(ଅଶ୍ୱିନୀ କୁମାର ପାଢ଼ୀ ) ମା ଙ୍କ ସୃତିରେ ଜଳଛତ୍ର ଖୋଲି ନିଜେ ପଥଚାରୀଙ୍କୁ ଥଣ୍ଡା ସର୍ବତ ପରାସୁଛନ୍ତି ଝିଅ ରାମ କିରଣ ଦୀପିକା। ଭଦ୍ରକ ସହରରେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ରାମଚନ୍ଦ୍ର ବେହେରା ଙ୍କ ଝିଅ ଦୀପିକା ୫ ବର୍ଷରେ ହୋଇଥିବା ବେଳେ ନିଜ ମା କିରଣ ବାଳା ଙ୍କୁ ହରାଇଥିଲେ। ଦୀପିକା ଏବେ ଦଶମ ଶ୍ରେଣୀର ଛାତ୍ରୀ। ପ୍ରତିବର୍ଷ ମା କିରଣ ବାଳାଙ୍କ ସ୍ମୃତିରେ ସହରରେ ଜନଗହଳି ପୁର୍ଣ୍ଣ ବାଇପାସ୍ ଛକ ନିକଟରେ ପରିବାର ପକ୍ଷରୁ ଜଳଛତ୍ର ଖୋଲାଯାଉଛି। ଏବର୍ଷ ଦୀପିକା ନିଜେ ସେଠାରେ ଉପସ୍ଥିତି ହୋଇ ପଥଚାରୀଙ୍କୁ ଥଣ୍ଡା ତୁଳସୀ ପାଣି, ଦହି ସର୍ବତ ଆଦି ବାଣ୍ଟୁଛନ୍ତି। ମହାବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ଏହି ଜଳଛତ୍ର ଅତି କମରେ ମାସଟିଏ ପାଇ ଚାଲିବ ବୋଲି ଦୀପିକା ସୁଚନା ଦେଇଛନ୍ତି। ପୂର୍ବାହ୍ନରୁ ମଧ୍ୟାହ୍ନ ଯାଏ ସେଠାରେ ବେଶ୍ ଭିଡ଼ ପରିଲକ୍ଷିତ ହେଉଛି।