ସାଲେପୁର :(ରଘୁନାଥ ପାତ୍ର ) ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଙ୍କ ୨୬ ତମ ଶ୍ରାଦ୍ଧ ଦିବସ ସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ମଧୁ ସ୍ମୃତି ମଣ୍ଡପ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଆଧୁନିକ ଓଡ଼ିଶାର ବିନ୍ଧାଣୀ ବିଜୁବାବୁଙ୍କ ସମଗ୍ର ଜୀବନ ଥିଲା ସେବା ଓ ସଂଗ୍ରାମ ପାଇଁ ଅଭିପ୍ରେତ।ସେଥିପାଇଁ ତାଙ୍କ ପ୍ରତି ସାଧାରଣ ଜନତାର ଥିଲା ଅକପଟ ଶ୍ରଦ୍ଧା,ସମ୍ମାନ ଓ ସ୍ଵୀକୃତି।ସେ ସର୍ବଦା ଓଡ଼ିଶାର ବିକାଶ କଥା ହିଁ ଚିନ୍ତା କରୁଥିଲେ।କିନ୍ତୁ ଏବେ ତାଙ୍କର ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାପାଙ୍କ ସ୍ବପ୍ନକୁ ସାକାର କରିବା ସହିତ ଓଡ଼ିଶା କୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିଥିବା ନେଇ ବିଧାୟକ ଶ୍ରୀ ବେହେରା ମତପ୍ରକାଶ କରିଥିଲେ।ଏଥିସହ ନବୀନ ବାବୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ଵ୍ଵ ମଧ୍ୟରେ ଅନେକ ଯୋଜନା କାର୍ଯ୍ୟକାରୀ କରି ରାଜ୍ୟ ବାସୀଙ୍କ ପ୍ରିୟ ଭାଜନ ହୋଇଥିବା କହିଥିଲେ।ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବାକୁ ଉପସ୍ଥିତି ସମସ୍ତ ବିଜୁ ଜନତାଦଳର କର୍ମୀମାନଙ୍କୁ ବିଧାୟକ ଶ୍ରୀ ବେହେରା ଶପଥ ପାଠ କରାଇବ ସହିତ ଟାଙ୍ଗୀ – ସାଲେପୁର ନିର୍ବାଚନ ମଣ୍ଡଳୀକୁ ପ୍ରଗତିଶୀଳ ନିର୍ବାଚନ ମଣ୍ଡଳୀ ରେ ପରିଣତ କରିବାକୁ ଆହ୍ଵାନ ଦେବା ସହିତ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।କାର୍ଯ୍ୟକ୍ରମରେ ସାଲେପୁର ବ୍ଲକ୍ ଆତ୍ମା ସଭାପତି ଦିଲ୍ଲୀପ ଦାଶ ପୌରହିତ୍ୟ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସାଲେପୁର ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ତଥା ସମାଜସେବୀ ନାରାୟଣ ପତି,ବ୍ଲକ୍ ବିଜେଡ଼ି ସଭାପତି ଅନନ୍ତ ଚରଣ ପ୍ରଧାନ,ବ୍ଲକ୍ ଅଧକ୍ଷ ରାମଚନ୍ଦ୍ର ଭୋଇ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଂଜନ ମହାନ୍ତି,ପ୍ରାକ୍ତନ ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା,ସଂଗଠକ ବିଶ୍ୱଜିତ୍ ବିଶ୍ବାଳ,ବ୍ଲକ୍ ମହିଳା ବିଜେଡ଼ି ସଭାପତି ରାଜଶ୍ରୀ ଜେନା, ନାଦୋଳ ପଞ୍ଚାୟତ ସରପଞ୍ଚ ଜ୍ଞାନରଞ୍ଜନ ପଟ୍ଟନାୟକ, ଓଡାସିଂ ପଞ୍ଚାୟତ ସରପଞ୍ଚ ଜ୍ୟୋତି ରେଖା ପରିଡ଼ା,ଯୁବ ନେତା ବିଶ୍ବରଂଜନ ଦାଶ,ଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତୃବୃନ୍ଦ ଯୋଗ ଦେଇ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ।ପ୍ରାରମ୍ଭରେ ବିଧାୟକ ଶ୍ରୀ ବେହେରା ସାଲେପୁର ସହର ମଧ୍ୟରେ ଅବସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ବିଶ୍ୱଜିତ୍ ଚାଟାର୍ଜୀ, ଶିଶୁଆ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ତଥା ଯୁବ ନେତା ସଞ୍ଜୀବ ସାହୁ, ପୂର୍ବତନ ସମିତି ସଭ୍ୟ ବିଭୂତି ଭୂଷଣ ଦାଶ,ଯୁବ ନେତା ମିଟୁ ମହାନ୍ତି,ମିଟୁ ମଲ୍ଲ,ବିରଞ୍ଚି ନାରାୟଣ କର, ପିକୋଳ ପଞ୍ଚାୟତ ପୂର୍ବତନ ସରପଞ୍ଚ ରଣଜିତ୍ ଦାସ,ପୂର୍ବତନ ସମିତି ସଭ୍ୟ ହରିହର ବେହେରା, ସଂଗଠକ ଅଶ୍ଵିନୀ କୁମାର ଦାସ,ଅଜୟ କୁମାର ସେଣ,ଜୟୀରାମ ବେହେରା,ମୋହନ ପରିଡା,ରଞ୍ଜନ କୁମାର ଦାଶ ଙ୍କ ସମେତ ବହୁ ବିଜେଡ଼ି ଦଳୀୟ ସରପଞ୍ଚ, ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ ଙ୍କ ସହ ଯୁବ,ଛାତ୍ର ,ମହିଳା ଓ ବରିଷ୍ଟ କର୍ମୀ ମାନେ ଯୋଗ ଦେଇଥିଲେ।