ସାଧାରଣ ଜନତାଙ୍କ ସ୍ବାର୍ଥପାଇଁ ରାଜରାସ୍ତା ବନ୍ଦ ର ଆହ୍ଵାନ ଦେଲେ ସାଂସଦ |

ଢେଙ୍କାନାଳ :(ଗୋକୁଳା ନନ୍ଦ ବେହେରା )ଅଭିଭକ୍ତ ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଜାତୀୟରାଜପଥ 53 ,55,149 ନିର୍ମାଣ ରେ ଅହେତୁକ ବିଳମ୍ବ ଏବଂ ତୃଟିପୂର୍ଣ୍ଣ ନିର୍ମାଣ ହେତୁ ପ୍ରାୟଦିନ ଅନେକ ଧନଜୀବନ ନଷ୍ଟ ହେବା ସହ ଜନସାଧାରଣ ଭୟଭୀତ ଅବସ୍ଥାରେ ଭାବେ କରୁଛନ୍ତି । ଏଠାରେ କହିରଖୁ କି ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଅର୍ଥନୈତିକ ଦୃଷ୍ଟିକୋଣ ରୁ ଖଣିଖାଦାନ ଭରା ଜିଲ୍ଲା । ଯାହା କି କେନ୍ଦ୍ର ସରକାରଙ୍କ କୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଭେଟି ଦେଇଥାଏ । ତେବେ ସର୍ବଦା ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଲାଗି ତପ୍ତର ଥିବା ଢେଙ୍କାନାଳ ର ଲୋକପ୍ରିୟ ସାଂସଦ ମହେଶ ସାହୁ ରାଜପଥ ନିର୍ମାଣ ବିଳମ୍ବ ଏବଂ ଜନସାଧାରଣ ଭୋଗୁଥିବା କଷ୍ଟ କୁ ନେଇ ସଂସଦରେ ବହୁବାର ତଥ୍ଯ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ସାକ୍ଷାତ କରି ବାରମ୍ବାର ଦାବିପତ୍ର ପ୍ରଦାନ କରିଥିବା ସତ୍ତ୍ବେ ସ୍ଥିତି ପରିବର୍ତ୍ତନ ହୋଇପାରୁ ନଥିବା ଦେଖିବାକୁ ମିଳୁଛି । ଏହାକୁ ସାସଂଦ ଦୃଢ ନିନ୍ଦା କରିବା ସହିତ ଜାତୀୟରାଜପଥ ପ୍ରାଧିକରଣ ମନମାନୀ ନୀତି ବିରୁଦ୍ଧ ରେ ଆଜି ଜାତୀୟରାଜପଥ ଅବରୋଧ ଶାନ୍ତିପୂର୍ଣ୍ଣ ଭାବେ ଏକଘଣ୍ଟିଆ ବନ୍ଦ ପାଳନ ନିଷ୍ପତି ନେଇଥିଲେ ।ଆଜି ସାସଂଦ ଙ୍କ ଆହ୍ବାନ କ୍ରମେ ଭୁବନ ଠାରେ NH 53 କୁ ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କ ନେତୃତ୍ବ ରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜାତୀୟରାଜପଥ ପ୍ରାଧିକରଣ ବିରୁଦ୍ଧ ରେ ବିଜୁ ଜନତାଦଳ ର ଶତାଧିକ କର୍ମୀ ଓ ଜନସାଧାରଣ ନାରାବାଜୀ କରିଥିଲେ । ପରିଶେଷରେ ଭୁବନ ତହସିଲଦାରଙ୍କ ନୀକଟରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯ ରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।