(ଗୁଣପୁର / ସିଦ୍ଧାର୍ଥ ଦାଶ) – ଜିଲ୍ଲାର ଗଣମାଧ୍ୟମ ଆକାଶରେ ସୋମବାର ସନ୍ଧ୍ୟାରେ ହଠାତ୍ ଏକ ଉଜ୍ଜ୍ୱଳ ପ୍ରଚଣ୍ତ ତେଜ ସ୍ବରୂପ ଝଟକୁ ଥିବା ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜର ରାୟଗଡ଼ ଜିଲ୍ଲା ପ୍ରତିନିଧି ମାଧବ ବିଡିକାଙ୍କ ଜୀବନ ଦୀପ ଲିଭିବା ସମଗ୍ର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସଂଗଠନରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ସ୍ବର୍ଗତ ବିଡିକା ଜଣେ ପରୋପକାରୀ ବ୍ୟକ୍ତି ରୂପେ ବହୁ ଲୋକଙ୍କ ପାଖରେ ସେବା ଯୋଗାଇ ଆସୁଥିଲେ। ନିଜ ସାମ୍ବାଦିକତା ସମୟରେ ବିଭିନ୍ନ ଖବର ମାଧ୍ୟମରେ ସରକାର ଓ ପ୍ରଶାସନ ନିକଟରେ ସମାଧାନ ବାଟରେ ସେତୁବନ୍ଧ ସୃଷ୍ଟି କରି ସମାଜରେ ସ୍ବତନ୍ତ୍ର ପରିଚୟ ଏବଂ ଗୌରବର ପ୍ରତୀକ ହେବାରେ ଅଦ୍ୱିତୀୟ ଥିଲେ। ସବୁବେଳେ ନିଜ ମହତ୍ ଉଦ୍ଦେଶ୍ୟ ସିଦ୍ଧ ହେବାର ସମ୍ଭାବନା ସୃଷ୍ଟି କରି ଲୋକଙ୍କ ନିକଟତର ହୋଇ ଆସିଥିବା ଶ୍ରୀବିଡିକା ହଠାତ୍ ଅସୁସ୍ଥ ହେବା ଏବଂ ପରବର୍ତ୍ତୀ ସମୟରେ ଇହଲୀଳା ସମ୍ବରଣ କରିବାକୁ ବିଭିନ୍ନ ମହଲରେ ଅସହ୍ୟ ଯନ୍ତ୍ରଣା ଦେଇଥିବା ବେଳେ ଅମର ଆତ୍ମାର ସଦଗତି ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ସମସ୍ତ ସହକର୍ମୀ ଏବଂ ଖବରକାଗଜ ସହ ଜଡ଼ିତ ଥିବା ବନ୍ଧୁମାନେ। ଶ୍ରୀ ବିଡିକାଙ୍କ ବିୟୋଗରେ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ସମ୍ପାଦକ ବ୍ରଜବନ୍ଧୁ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। କଳିଙ୍ଗ ସାମ୍ୱାଦିକ ସଂଘ ର ତଥା ନିଜ ପରିବାର ର ଜଣେ ଦକ୍ଷ ସାମ୍ବାଦିକ ଏବଂ ଜିଲ୍ଲା ପ୍ରତିନିଧିଙ୍କୁ ହରାଇଥିବା ରୁ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ , କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ , ସମ୍ପାଦକ ଶ୍ରୀ ହରି ହର ଶତପଥୀ , କୋଷାଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ଦାଶ ଙ୍କ ସମେତ ସମସ୍ତ ସଦସ୍ୟ ବୃନ୍ଦ ଶୋକ ଭରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶ୍ରୀ ବିଡିକାଙ୍କ ବିୟୋଗରେ ସଂଘ ପକ୍ଷରୁ ଆଜି ଦିନ ସଂଘ କାର୍ଯ୍ୟାଳୟ କୁ ଛୁଟି ଘୋଷଣା କରିବା ସହ ଶୋକସଭା ପାଳନ ପୂର୍ବରୁ ଗୋଟିଏ ମିନିଟ ଆତ୍ମା ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଏଭଳି ଦୁଃଖଦ ସମୟରେ ପରିବାର ପାଖରେ ସବୁବେଳେ ସଂଘ ରହି ସହଯୋଗ କରିବ ବୋଲି ଆବାହକ ଶ୍ରୀ ଶକ୍ତି ଦାଶ କହିଛନ୍ତି ।