କେନ୍ଦୁଝର :(ବିଜୟ ମହାନ୍ତ )ଚୂହାଡ଼ ବିଦ୍ରୋହ ର ମହାନାୟକ କ୍ରାନ୍ତୀବିର ସହୀଦ ରଘୁନାଥ ମହତୋ ଙ୍କର ୨୪୫ ତମ ସହୀଦ ଦିବସ ଆଜି କେଉଁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପଦମପୁର ଠାରେ ପାଳିତ ହୋଇଯାଇଛି। ସହୀଦ ରଘୁନାଥ ମହତୋ ଙ୍କର ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ସହୀଦ ଙ୍କର ବଳିଦାନ ଉପରେ ଆଲୋକପାତ କରାଯାଇଥିଲା। ଇଂରେଜ ମାନେ ବକ୍ସାର ଯୁଦ୍ଧ ର ବିଜୟ ପରେ ଯେତେବେଳେ ଛୋଟନାଗପୁର ଅଞ୍ଚଳରେ ଅବିଭକ୍ତ ଓଡ଼ିଶା,ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଅଞ୍ଚଳରେ ଯେତେବେଳେ ଜଳ,ଜଙ୍ଗଲ,ଜମି ଉପରେ ଲୋଲୁପ ଦୃଷ୍ଟି ପଡ଼ିଲା ସେତେବେଳେ କୁଡୁମି ସମ୍ପ୍ରଦାୟର ଲୋକମାନେ ଇଂରେଜ ମାନଙ୍କ ବିରୋଧ ରେ ବିଦ୍ରୋହ ଘୋଷଣା କରିଦେଲେ। ସେ ବିଦ୍ରୋହ କୁ ଇତିହାସକାର ମାନେ ଚୂହାଡ଼ ବିଦ୍ରୋହ ନାମ ରେ ନାମିତ କଲେ। ଏହି ବିଦ୍ରୋହ ୧୭୬୫ ମସିହାରୁ ସହୀଦ ରଘୁନାଥ ମହତୋ ଙ୍କ ନେତୃତ୍ୱରେ ଉଗ୍ରରୂପ ନେଲା।ଇଂରେଜ ମାନଙ୍କ ନିଦ ହଜିଗଲା।ପରିଶେଷରେ ବ୍ରିଟିଶ ସରକାର ବିଦ୍ରୋହ ର ଦମନଲୀଳା ଆରମ୍ଭ କଲେ।ଆଜି ର ଦିନ ରେ ୧୭୭୮ ମସିହାରେ ବିଦ୍ରୋହୀ ମାନେ ରାଞ୍ଚି ନିକଟସ୍ଥ ସିଲି ର କିତା ଲୋଟା ଠାରେ ଇଂରେଜ ସରକାରଙ୍କ ବିରୋଧ ରେ ଜଙ୍ଗଲ ମଧ୍ୟରେ ସଭା କରୁଥିବା ବେଳେ ବ୍ରିଟିଶ ଫଉଜ ଚତୁର୍ଦିଗ ରୁ ଘେରି ଆଖିବୁଜା ଗୁଳି ବର୍ଷଣ କରିଥିଲେ। ଏଥିରେ ଶତାଧିକ ବିଦ୍ରୋହୀ ସହୀଦ ହୋଇଥିବା ବେଳେ ବିଦ୍ରୋହ ର ମହାନାୟକ କ୍ରାନ୍ତୀବିର ରଘୁନାଥ ମହତୋ ମଧ୍ୟ ସହୀଦ ହୋଇଯାଇଥିଲେ। ଏହାକୁ ଅନେକ ଐତିହାସିକ ପ୍ରଥମ ଇଂରେଜ ବିରୋଧୀ ବିଦ୍ରୋହ ବୋଲି ମତ ପୋଷଣ କରିଥିବା ବେଳେ ସହୀଦ ଙ୍କ ବାଳିଦାନ ଓ ସ୍ମୃତି କୁ ଘରେ ଘରେ ପହଞ୍ଚାଇବା ପାଇଁ କୁଡୁମିସେନା ର ଏକ ପ୍ରୟାସ ବୋଲି କୁଡୁମି ସେନା ର ଆଗ ଧାଡି ର କାର୍ଯ୍ୟକର୍ତ୍ତା ବିଶ୍ୱଜିତ ମହାନ୍ତ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ।