ଖେଳୁଥିବା ସମୟରେ ଅଜାଣତରେ ବିଷ ପିଇ ଚାରି ଶିଶୁ ଗୁରୁତର
ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଝିଙ୍କିରିଆ ଠାରେ ଘଟିଯାଇଛି ଏକ ବଡ ଅଘଟଣ ସୂଚନା ଅନୁଯାୟୀ ଆଜି ଦିନ ସମୟରେ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ଝିଙ୍କିରିଆ ଗ୍ରାମରେ ଚାରି ଜଣ ଛୋଟ ପିଲା ବିଲରେ ଖେଳୁଥିବା ସମୟରେ ବିଲରେ ପଡିଥିଲା କୀଟନାଶକ ବିଷ ବୋତଲ ସେହି ବିଷ ବୋତଲ କୁ ଖେଳୁଥିବା ଚାରିଜଣ ଛୋଟ ପିଲା ଉଠାଇ ପିଇ ଦେଇଥିଲେ ସ୍ଥାନୀୟ ଲୋକେ ପିଲା ମାନଙ୍କ ଅସ୍ବାଭାବିକ ଆଚରଣ ଦେଖି ପ୍ରଥମେ ତିହିଡି ଡାକ୍ତରଖାନା ପରେ ଅଧିକ ଚିକିତ୍ସା ନିମନ୍ତେ ଭଦ୍ରକ ମୁଖ୍ୟ ଡାକ୍ତରଖାନା ଆଣି ଥିବା ବେଳେ ଏଠାରେ ଡାକ୍ତର ପିଲା ମାନଙ୍କର ଚିକିତ୍ସା ଜାରି ରଖିଥିବାର ଦେଖିବାକୁ ମିଳିଛି ଏଥି ସହିତ ଏହି ଖବର ପାଇ ଧାମନଗରର ଯୁବ ବିଧାୟକ ସୂର୍ଯ୍ୟ ବଂଶୀ ସୂରୋଜ ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ପହଞ୍ଚି ପିଲା ମାନଙ୍କ ସୁସ୍ଥ ଅବସ୍ଥା ଦେଖିଥିବା ସହିତ ପିଲାମାନଙ୍କ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିବାର ଦେଖିବାକୁ ମିଳିଛି |