ପୂର୍ବତନ ସୈନିକ ସଂଘର ଅଣଦେଖା କୁ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ |

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୂର୍ବତନ ସୈନିକ ସଂଘ ବିସଂଗତି ସୁଧାର ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି,ପ୍ରଧାନ ମନ୍ତ୍ରୀ ଓ ରକ୍ଷା ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଆଜି ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୂର୍ବତନ ସୈନିକ ସଂଘ ତରଫରୁ ଉପଦେଷ୍ଟା ସୁବେଦାର୍ ଲଲିତ କୁମାର ସାହୁ ଓ ପ୍ରମୋଦ ମହାକୁଡ ଙ୍କ ନେତୃତ୍ୱରେ ଏକ ସୈନିକ ପ୍ରତିନିଧି ମଣ୍ଡଳ ବୌଦ୍ଧ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ,ପ୍ରଧାନ ମନ୍ତ୍ରୀ, ରକ୍ଷାମନ୍ତ୍ରି ଉଦ୍ଧେଶ୍ୟରେ ଏକ ଦାବି ପତ୍ର କରିଥିବା ଜଣାପଡିଛି।ପୂର୍ବ ସୈନିକ ଗଣଙ୍କ ଓଆର୍ ଓପି- ଟୁ ରେ ବହୁତ ଗୁଡ଼ିଏ ବିସଙ୍ଗତି କାରଣ ତାକୁ ସୁଧାରି ଶୀଘ୍ର ଭେଟ ରାନ୍ ମାନଙ୍କୁ ପ୍ରଦାନ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଏହି ପ୍ରତିନିଧି ମଣ୍ଡଳ ରେ ରଞ୍ଜିତ ଅମାତ ରାଜୀବ ପଣ୍ଡା,ରମାକାନ୍ତ ନାୟକ,ବିଶ୍ନୁଚରଣ ମହାକୁଡ,ସତ୍ୟାନନ୍ଦ ହୋତା,ସୂର୍ଯ୍ୟ ନାରାୟଣ ପଣ୍ଡା,ନାରାୟଣ ବାରିକ,ଗିରିଶ କୁମାର ପ୍ରଧାନ,ଶମ୍ଭୁ ପ୍ରସାଦ ବେହେରା ଓ ପୂର୍ବତନ ସୈନିକ ସଂଘର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ।