ଉମରକୋଟ :(ପ୍ରୀତି ରଞ୍ଜନ ଦାସ )ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଡଭରଣ୍ଡୀ ଗ୍ରାମପଞ୍ଚାୟତ ରେ ଥିବା ମହୁଲି (ୟୁଭି 17) ଗ୍ରାମରେ ଦେଖିବାକୁ ମିଳିଛି ଟାଟା ପାୱାରର ତାଲିବାନୀ ଶାସନ.ମହୁଲି ଗ୍ରାମରେ ମା ବାସନ୍ତୀଙ୍କର ପୂଜା ଚାଲିଥିବା ବେଳେ ଆଜି ଶେଷ ପୂଜା ସହ ବିସର୍ଜନ ଦିନ 12ଘଣ୍ଟିକା ସୁଦ୍ଧା ହେବାର କାର୍ଯ୍ୟକ୍ରମ ଥିଲା.କିନ୍ତୁ ଦିନ 11ଟା ବେଳେ ଟାଟା ପାୱାରର କର୍ମଚାରୀ ବନ୍ଧୁକଧାରୀ ପୋଲିସଙ୍କୁ ଧରି ଗାଁ ରେ ପହଞ୍ଚି ଲାଇନ କାଟିବା ଆରମ୍ଭ କରିଥିଲେ.ଗାଁ ର କିଛି ଲୋକ ମୁରବୀ ପଞ୍ଚାନନ ବିଶ୍ୱାସଙ୍କ ସହ ଯାଇ ତାଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିବା ସତ୍ୱେ କିଛି ନବୁଝି ଗ୍ରାମବାସୀଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ଗିରଫ କରିବାକୁ କହିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା |ସୂଚନାଯୋଗ୍ୟ ଯେ ଚଳିତ ମାର୍ଚ୍ଚ ମାସରେ ଦୁଇଦୁଇ ଥର ଟାଟା ପାୱାର ର କର୍ମଚାରୀ ବକେୟା ବିଲ ଆଦାୟ କରିଥିବା ବେଳେ ଗାଁ ର ପୂଜା ଚାଲିଥିବା ସମୟରେ ଲାଇନ କାଟି ଲୋକଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରିବା କେତେଦୂର ଯୁକ୍ତିଯୁକ୍ତ?
ଏ ବିଷୟରେ ଟାଟା ପାୱାରର ଉପସ୍ଥିତ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି |