୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍

School building in flat style

ନୂଆଦିଲ୍ଲୀ,୭।୬: ସମସ୍ତ ସ୍କୁଲ ଓ କଲେଜ ଗୁଡିକ ୧୫ ଅଗଷ୍ଟ ପରେ ଖୋଲି ଦିଆଯିବ। ଏ ସମ୍ପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୫ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବାର ଚେଷ୍ଟା କରିବୁ। ଏହା ସହ ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲି ଦିଆଯିବ। ଏ ସମ୍ପର୍କରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏଚଆରଡି ମନ୍ତ୍ରୀ ଡଃ ରମେଶ ପୋଖରିୟାଲ ନିଶଙ୍କକୁ ସ୍କୁଲ-କଲେଜ ପୁଣିଥରେ କେବେ ଖୋଲିବ ବୋଲି ପ୍ରଶ୍ନ ପଚାରି ଚିଠି ଲେଖିଥିଲେ। ଏହି କଥାର ସୂଚନା ସେ ଗତକାଲି ଟ୍ବିଟ୍ ମାଧ୍ୟମରେ ଦେଇଥିଲେ।