ଢେଙ୍କାନାଳ,୧୨/୦୩(ଶୁଭମ ପାଣି): ଆଜି ରବିବାର ୧୧ ଘଟିକା ସମୟରେ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ସମ୍ବଳ କର୍ମୀ ସଂଘ ର ସଭାନେତ୍ରୀ ସୁଲୋଚନା ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା ର ୮ଗୋଟି ବ୍ଲକ ର ସମସ୍ତ ସଭାନେତ୍ରୀ ଓ ସମ୍ପାଦିକା, ଜିଲ୍ଲା ସମ୍ପାଦିକା, ଉପସଭାନେତ୍ରୀ ରଶ୍ମିତା ସାହୁ, ସହ ସମ୍ପାଦିକା ମମତା ଭଞ୍ଜ , କୋଷାଧ୍ୟକ୍ଷା ସସ୍ମିତା ନାୟକ, ସଦର ବ୍ଲକ ର ସମ୍ପାଦିକା ରଶ୍ମିତା ବେହେରା, ସଭାନେତ୍ରୀ ସସ୍ମିତା ଦାସ, ଗଁଦିଆ ବ୍ଲକ ର ସମ୍ପାଦିକା ଦେବିକି ମଲ୍ଲିକ, ସଭାନେତ୍ରୀ ମମତା ଦେହୁରୀ, ଓଡ଼ାପଡ଼ା ବ୍ଲକ ର ସମ୍ପାଦିକା ସସ୍ମିତା ସାହୁ ସଭାନେତ୍ରୀ କୁମୁଦିନୀ ସାମଲ, ହିନ୍ଦୋଳ ବ୍ଲକ ର ସମ୍ପାଦିକା ଶ୍ନିଗ୍ଧାରାଣୀ ମିଶ୍ର, ସଭାନେତ୍ରୀ ଶକୁନ୍ତଳା ଅମାନ୍ତ, କଙ୍କଡ଼ାହାଡ଼ ବ୍ଲକ ର ସମ୍ପାଦିକା ଝୁନ୍ ଝୁନ୍ ପଣ୍ଡା ସଭାନେତ୍ରୀ ତୁଳସୀ ମହାରଣା , ଭୁବନ ବ୍ଲକ ର ସମ୍ପାଦିକା ଟିଲି ପରିଡା ସଭାନେତ୍ରୀ ଖୁଲଣା ପରିଡା, ପରଜଙ୍ଗ ବ୍ଲକ ର ସମ୍ପାଦିକା ସବିତା ବେହେରା ସଭାନେତ୍ରୀ ସସ୍ମିତା ପାଣି, କାମାକ୍ଷାନଗର ର ଅଞ୍ଜଳି ବାରିକ, ସଭାନେତ୍ରୀ ମଞ୍ଜୁ ମହାନ୍ତି ଯୋଗଦାନ କରିଥିଲେ। ବୈଠକ ରେ ୮ଟି ବ୍ଲକ ର VRPମାନଙ୍କ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହ ବ୍ଲକ ସ୍ତରୀୟ ସଂଘ ଗୁଡିକୁ ଆହୁରି ମଜଭୂତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଉପଦେଷ୍ଟା ବା ପରାମର୍ଶଦାତା ଭାବରେ ରବିନ୍ଦ୍ର ବେହେରା ଉପସ୍ଥିତ ରହି ପରାମର୍ଶ ପ୍ରଦାନ କରିଥିଲେ। ଶେଷରେ ସହ ସଭାନେତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ।