ଗୁଣୁପୁର ; ୨୫/୧୧ ( ସିଦ୍ଧାର୍ଥ ଦାସ ଙ୍କ ରିପୋର୍ଟ) ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଅନ୍ତର୍ଜାତୀୟ ମହିଳା ହିଂସା ଦୂରୀକରଣ ଦିବସ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂହ ଆଇ ଏ ଏସ ,ଆଭାସି ମାଧ୍ୟମରେ ଯୋଗଦେଇ ନାରୀ ସଶକ୍ତିକରଣ, ସୁରକ୍ଷା, ଲିଙ୍ଗଗତ ସମାନତା ବିଷୟରେ ଆଲୋକପାତ କରିଥିଲେ। ଏଥିରେ ବିଶ୍ଵ ବିଦ୍ୟାଳୟର ଡ଼ିନ ଏକାଡେମୀକସ ଡ଼ଃ ଏ ଭି ଏନ ଏଲ ଶର୍ମା, ଯୋଗଦେଇ ନାରୀ ସହନଶୀଳତା ସମ୍ପର୍କରେ ନିଜର ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମର ଆବାହକ ଡ଼ଃ ପ୍ରତିଭା କର ସ୍ବାଗତ ଭାଷଣ ଦେଇଥିଲେ। ସହ-ଆବାହକ ଅଧ୍ୟାପିକା ସୁମନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଵିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ବିଭିନ୍ନ ବିଭାଗର ମୁଖ୍ୟ, ଡ଼ିନ, ଅଧ୍ୟାପିକା, ଛାତ୍ରୀ ଓ ସମସ୍ତ ମହିଳା କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ।