ମାଁ ଙ୍କ ପାଇଁ ଆବଶ୍ୟକ ହେଲା ରକ୍ତ। ପୁଅ ତ୍ରିନାଥ ଚେଷ୍ଟା ପରେ ଦେବଦୃତ ହୋଇ ପହଞ୍ଚିଲେ ସୁକାନ୍ତ କୁମାର ମହାରଣା ।

ରାୟଗଡ଼ା, ୧୯/୧୦ (ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଥେରୁବାଲି ପଞ୍ଚାୟତ ଗୁନାଖାଲ ଗ୍ରାମ ର ମହିଳା ‌ ଅମ୍ବିକା ପାତ୍ର କୈାଣସି ବଡ଼ ଧରଣର ରୋଗରେ ପିଡିତ ରୋଗ ହୋଇ କିଛି ଦିନ ରୋଗରେ ପୀଡିତ ଥିବା ଜାଣିବାକୁ ମିଳିଛି। ଏହା ପରେ ତାଙ୍କ ପୁଅ ରାୟଗଡ଼ା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣି ଦେଖାଇବା ପରେ ଡାକ୍ତ ତାଙ୍କୁ ରୋଗ ସହ ରକ୍ତ ଅଭାବ ହେଉଥିବା କହିଥିଲେ ଏହା ପରେ ତ୍ରିନାଥ ରକ୍ତ ପାଇଁ ବହୁ ଚେଷ୍ଟା କରିବା ସହ ନିଜ ସଂପର୍କୟ ସହ ମଧ୍ୟ ପଚାରି ବୁଝିଥିଲେ ହେଲେ ଅମ୍ବିକା ଙ୍କ ପାଇଁ ଯେଉଁ ରକ୍ତ ଆବଶ୍ୟକ ଥିଲା ତାହାହେଲେ o+ve BOMBAY PHONTY ରକ୍ତ ଆବଶ୍ୟକ ହୋଇଥିଲା ଏହି ସମୟରେ ତ୍ରିନାଥ ବହୁତ ଚେଷ୍ଟା କରିଥିଲେ ଏହା ପରେ ମଧ୍ୟ କୈାଣସି ସୁଫଳ ମିଳିନଥିଲା ଯାହା ଫଳରେ ଶେଷ ରେ ସେ ବିଭିନ୍ନ ଗ୍ରୁପ୍ ରେ ଛାଡ଼ିଥିଲେ ଏହି ସମୟରେ କୋରାପୁଟ ଜିଲ୍ଲା ଦାମନଯୋଡି ଅଞ୍ଚଳ ଯୁବକ ସୁକାନ୍ତ କୁମାର ମହାରଣା ସେହି ମେସେଜ ଦେଖି ଏହା ପରେ ତ୍ରିନାଥ ଙ୍କୁ ଫୋନ କରି ପଚାରି ବୁଝିଥିଲେ ଏହା ପରେ ସେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରକ୍ତ ଦେଇ ଗୋଟିଏ ମାଁ ର ଜୀବନ କୁ ବଚେଇ ଦେଇଛନ୍ତି । ଏହା ପରେ ତ୍ରିନାଥ ଧନ୍ୟବାଦ ଜଣାଇଛନ୍ତି ।