ଗୁଣପୁର ନିର୍ବାଚନ ମଣ୍ଡଳୀର ଉନ୍ନୟନ କାମ ସମୀକ୍ଷା କଲେ ମାନ୍ୟବର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ

ଗୁଣପୁର- ଗୁଣପୁର ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କାମ ସମୀକ୍ଷା କରିଛନ୍ତି ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ । ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ ଭାବନା ଗୃହରେ ଅନୁଷ୍ଠିତ ବୈଠକରେ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂ ରାୟଗଡ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଶ୍ରୀ ରବି ନାରାୟଣ ତ୍ରିପାଠୀ, ପ୍ରକଳ୍ପ ପ୍ରଶାସକ ଆଇ.ଟି.ଡି.ଏ. ଗୁଣପୁର ତଥା ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳ ବେହେରା, ପ୍ରକଳ୍ପ ନିର୍ଦ୍ଦାଶକ ଜଳ ବିଭାଜକ ମିଶନ ରାୟଗଡ ଓ ଗୁଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧନ,ଶ୍ରୀ ନୃସିଂହ ଚରଣ ସେଠି, ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ, ଶ୍ରୀମତୀ ରୀନା ପ୍ରଧାନ, ସୁଶ୍ରୀ ପ୍ରଭାତୀ ଝଡ଼ିଆ , ପ୍ରମୁଖ ଓ ରାସ୍ତା ଓ କୋଠା ବାଡ଼ି, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କୃଷି, ଜଳସେଚନ, ଉଦ୍ୟାନ ବିଭାଗ ଭଳି ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ଏହି ବୈଠକରେ ବିଶେଷ କରି ବିଧାୟକ ଅନୁଦାନ ପାଣ୍ଠି , ବିଜୁ,କେ.ବି.କେ. କ୍ରିଟିକାଲ ମେପ ଫଣ୍ଡ, ଜିଲ୍ଲା ଖଣିଜ ପାଣ୍ଠି, ସ୍ୱତନ୍ତ୍ର ସମସ୍ୟା ପାଣ୍ଠି, ଆଜି ଉପରେ ସମୀକ୍ଷା କରିଥିଲେ । ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପ ଅସଂପୂର୍ଣ୍ଣ କାର୍ଯ୍ୟ ଗୁଡିକର ତୁରନ୍ତ ସଂପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ । କ୍ରୀଟୀକାଲ ଗେପ ଫଣ୍ଡ, ତଥା ମିନି ଷ୍ଟାଡିୟମ, ମେଡିକାଲ ବିଲ୍ଡିଂଗ, ବସଷ୍ଟାଣ୍ଡ, ୫ଟି ସ୍କୁଲ , କଲ୍ୟାଣମଣ୍ଡପ ଆତିଶୀଘ୍ର ସମ୍ପୂର୍ଣ କରିବା ନିମନ୍ତେ କହିଥିଲେ । କୃଷି ବିଭାଗ ତରଫରୁ କୃଷକ ମାନଙ୍କୁ ଦୈତ ଚାଷ, ଉଦ୍ୟାନ ବିଭାଗ ତରଫରୁ ଫୁଲ ଚାଷ, ଉନ୍ନତ ଧରଣର ଫଳ ଚାଷ ପ୍ରତି ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ ।

ଉଠା ଜଳସେଚନ ବିଭାଗର ବୃହତ ଉଠା ଜଳ ସେଚନ କାର୍ଯ୍ୟ ଆଦି ଶୀଘ୍ର ସାରିବାକୁ ବିଧାୟକ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗୁଣପୁର ଓ ଗୁଡାରି ସହରାଞ୍ଚଳରେ ପାନୀୟ ଜଳର ସୁବ୍ୟବସ୍ଥା କରିବା ନିମନ୍ତେ ଜନ ସ୍ୱାସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେମାନଙ୍କ ବ୍ଲକରେ ଚାଳୁଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ସହ ଶୀଘ୍ର ଶେଷ କରିବା ପାଇଁ ଆଦେଶ ଦେଇଥିଲେ । ଗୁଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମୁଖ୍ୟ ରାସ୍ତା, ଗ୍ରାମ୍ୟ ରାସ୍ତା ନିର୍ମାଣ ତୁରନ୍ତ ସାରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗୁଣପୁର ନିର୍ବାଚନ ମଣ୍ଡଳୀ ଯେପରି ଏକ ନମ୍ୱର ହେବ ସେଥି ନିମନ୍ତେ ସମସ୍ତେ ଚେଷ୍ଟା କରିବାକୁ ସବୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ l